ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ, ନିଆଁ ଲିଭା କାର୍ଯ୍ୟ ଜାରି

ଭୁବନେଶ୍ୱର (କେନ୍ୟୁଜ): ବରମୁଣ୍ଡା ବସ ଷ୍ଟାଣ୍ଡରେ ଯାତ୍ରୀବାହୀ ବସରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ‘ଖଣ୍ଡାଧାର କୁଇନ୍‌’ ବସ୍‌ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛି । ଏତେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକେ।

ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଛିଡା ହୋଇଥିଲା ‘ଖଣ୍ଡାଧାର କୁଇନ୍‌’ ନାମକ ଏକ ଯାତ୍ରୀବାହୀ ବସ୍‌ । ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବସ୍‌ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ଏହାପରେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ ।

ଅନ୍ୟପଟେ ବସର ଡ୍ରାଇଭରଙ୍କ କହିବା କଥା ପଛରୁ ନିଆଁ ଲାଗିଥିଲା। ମାତ୍ର ୧୫ ମିନିଟ ମଧ୍ୟରେ ବସ ଟି ସମ୍ପୂର୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ବସରେ କେମିତି ନିଆଁ ଲାଗିଲା ତାହା ଏବେ ଅସ୍ପଷ୍ଟ। ବସର ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟର ଙ୍କୁ ପଚରା ଉଚରା କରୁଛନ୍ତି ଅଗ୍ନିଶମ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.