ଆଜି ଆଇପିଏଲ୍‌ରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ

ଆଜିର ଆଇପିଏଲ୍‌ ମ୍ୟାଚରେ ପରସ୍ପର ଭେଟାଭେଟି ହେବେ କୋଲକତା ଏବଂ ପଞ୍ଜାବ। ପଞ୍ଜାବ ପଏଣ୍ଟ ଟେବୁଲର ପଞ୍ଚମ ନଂ ରେ ରହିଛି। ସେହିପରି ୧୨ ପଏଣ୍ଟ ହାସଲ କରି ୪ ନଂ ସ୍ଥାନରେ ରହିଛି। ଦୁଇଟି ଯାକ ଦଳ ପ୍ଲେ ଅଫ ମ୍ୟାଚ ପାଇଁ ଆଜି ମୁହାଁ ମୁହିଁ ହେବେ।

ସେହିପରି ଚଳିତ ଆଇପିଏଲ୍‌ ମ୍ୟାଚରେ ଏହି ଗ୍ରାଉଣ୍ଡରେ କୋଲକତା ତିନିଟି ମ୍ୟାଚ ଖେଳିଥିବା ବେଳେ ଗୋଟେ ଜିତି ୨ଟି ହାରିଛି। ସେହିପରି ପଞ୍ଜାବ ଏହି ଗ୍ରାଉଣ୍ଡରେ ୪ଟି ମ୍ୟାଚ ଖେଳିଥିବା ବେଳେ ତିନିଟି ଜିତିଥିବା ବେଳେ ଗୋଟେ ହାରିଛି। ତେବେ ଆଜିର ମ୍ୟାଚ ପଞ୍ଜାବ ହାତକୁ ଯାଇପାରେ ବୋଲି ଆକଳନ କରାଯାଉଛି। ସେହିପରି କୋଲକତା ଏହି ମ୍ୟାଚ ଜିତିବାକୁ ସମସ୍ତ ଚେଷ୍ଟା କରିବ।

ipl

ସମ୍ଭାବ୍ୟ କେକେଆର ଦଳ: ଦିନେଶ କାର୍ତ୍ତିକ, ଇଆନ ମୋର୍ଗାନ, ନୀତିଶ ରାଣା, ରାହୁଳ ତ୍ରିପାଠୀ, ଶୁଭମନ ଗିଲ, ସିଦ୍ଧାର୍ଥ ଲାଡ, କମଲେଶ ନାଗରକୋଟୀ, କୁଲଦୀପ ଯାଦବ, ନିଖିଳ ନାଇକ, କ୍ରିସ ଗ୍ରେନ୍, ଆନ୍ଦ୍ରେ ରସେଲ।

ସମ୍ଭାବ୍ୟ ପଞ୍ଜାବ ଦଳ: ଲୋକେଶ ରାହୁଲ, କ୍ରିସ୍ ଗେଲ୍, ମୟଙ୍କ୍ ଅଗ୍ରୱାଲ, ମନଦୀପ ସିଂହ, ନିକୋଲାସ ପୂରନ, ପ୍ରଭସିମରନ ସିଂହ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ/ଦୀପକ ହୁଡ଼ା, ମୁଜିବ ଉର ରେହମାନ, ମହମ୍ମଦ ସାମି, ସେଲଡନ୍ କଟ୍ରେଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.