କ୍ରୁଣାଳ ପାଣ୍ଡ୍ୟାଙ୍କ ଘରେ ଖୁସିର ଲହରୀ, ପତ୍ନୀ ପଙ୍ଖୁରୀ ଜନ୍ମ ଦେଲେ ଶିଶୁପୁତ୍ର

ଭାରତୀୟ କ୍ରିକେଟର କ୍ରୁଣାଳ ପାଣ୍ଡ୍ୟାଙ୍କ ଘରେ ଖୁସିର ଲହରୀ। କ୍ରୁଣାଳ ପାଣ୍ଡ୍ୟାଙ୍କ ପତ୍ନୀ ପଙ୍ଖୁରୀ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ଏ ନେଇ କ୍ରୁଣାଳ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଏବଂ ଫ୍ୟାନମାନଙ୍କ ସହ ଖୁସି ଖବର ସେୟାର କରିଛନ୍ତି।

କ୍ରୁଣାଳ ପତ୍ନୀ ପଙ୍ଖୁରୀ ଓ ଶିଶୁପୁତ୍ର ସହିତ ଫଟୋ ସେୟାର କରିଛନ୍ତି। ଏଥିସହ ସେ ନିଜ ପୁଅର ନାମ ମଧ୍ୟ ଖୁଲାସା କରିଛନ୍ତି। ଉଭୟ ସ୍ୱାମୀ, ସ୍ତ୍ରୀ ପୁଅର ନାମ କବୀର କ୍ରୁଣାଳ ପାଣ୍ଡ୍ୟା ରଖିଛନ୍ତି।

କ୍ରୁଣାଳ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ପାଇଁ ଟି-୨୦ ଏବଂ ଦିନିକିଆରେ ଡେବ୍ୟୁ କରି ସାରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପ୍ରାରମ୍ଭରେ ସେ ମୁମ୍ବାଇ ଇଣ୍ଡିୟାନ୍ସ ସହିତ ଥିଲେ ଏବଂ ଏବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଉପ ଅଧିନାୟକ ଅଛନ୍ତି। କ୍ରୁଣାଳ ପାଣ୍ଡ୍ୟାଙ୍କ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-୨୦ ଖେଳୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.