ଷ୍ଟେଜ୍‌ ଉପରେ ରେସ୍‌ଲର ସ୍ୱାମୀଙ୍କ ସାମ୍ନାରେ ଶତ୍ରୁକୁ କିସ୍‌ କଲେ ସ୍ତ୍ରୀ, ଦେଖନ୍ତୁ ଭିଡିଓ

ରେସଲରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଓ ଶତ୍ରୁତା ଏକ ସାଧାରଣ କଥା। ରିଂ ଭିତରେ ସେମାନଙ୍କ ମୂଳ ଲକ୍ଷ୍ୟ ଥାଏ ଜିତିବା। ସେ ଜିତିବା ବାଟରେ ଯିଏ ବି ଆସେ, ରେସଲରମାନେ ତାକୁ ହଟାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି। ରିଂରେ ଖେଳାଳୀଙ୍କ ଆକ୍ରମଣାତ୍ମକ ମନୋଭାବକୁ ଦର୍ଶକେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। କିଛିଦିନ ତଳେ ‘ର’ର ସିଜନ୍‌ ପ୍ରିମିୟର ଏପିସୋଡ୍‌ର ରୋମାଞ୍ଚପୂର୍ଣ୍ଣ ଅନ୍ତ ଘଟିଛି।

ଏହି ଏପିସୋଡ୍‌ରେ ବବି ଲେସ୍‌ଲେ ପୁଣିଥରେ ଫେରିଥିବା ଦେଖିବାକୁ ମିଳିଛି। ଫେରିବା ପରେ ପରେ ହିଁ ସେ ଦର୍ଶକଙ୍କ ସମେତ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରେସଲର ରୁସେଭଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ବବି ଡବ୍ଲ୍ୟୁଡବ୍ଲ୍ୟୁଇରେ ଏଣ୍ଟ୍ରି କରିବା ବେଳେ ତାଙ୍କ ସହ ରୁସେଭଙ୍କ ପତ୍ନୀ ଲାନା ମଧ୍ୟ ଉପସ୍ଥିତ ଥିଲେ। ଉଭୟଙ୍କୁ ଏକାଠି ଦେଖି ରୁସେଭ ଚିନ୍ତିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। କିଛି ଦିନ ହେବ ରୁସେଭଙ୍କ ସହ ବବିଙ୍କ ଝଗଡ଼ା ଚାଲିଆସିଥିଲା। ଏଭଳି ସ୍ଥିତିରେ ନିଜ ସ୍ତ୍ରୀକୁ ଶତ୍ରୁ ସହ ଦେଖି ରୁସେଭ ବିବ୍ରତ ହୋଇପଡ଼ିଥିଲେ। ତେବେ କେବଳ ଏତିକିରେ ସରିନଥିଲା, ସମସ୍ତଙ୍କ ସାମ୍ନାରେ ବବି ଷ୍ଟେଜ୍‌ ଉପରେ ଲାନାଙ୍କୁ କିସ୍‌ ମଧ୍ୟ କରିଥିଲେ। ଯାହାକୁ ଦେଖି ନପାରି ରୁସେଭ ଆଖି ବନ୍ଦ କରିଦେଇଥିଲେ।

ଏହାସହ ପଢ଼ନ୍ତୁ: ଅଦା ଚା’ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହି ୫ଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ସୂଚନାଯୋଗ୍ୟ ଯେ, ବବି ଲେସ୍‌ଲେ ଏବଂ ରୁସେଭଙ୍କ ଗଣତି ଡବ୍ଲ୍ୟୁଡବ୍ଲ୍ୟୁଇର ସୁପରଷ୍ଟାରଙ୍କ ମଧ୍ୟରେ ହୋଇଥାଏ। ଏଣୁ ନିଜକୁ ବଡ଼ ଦେଖାଇବାକୁ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗେ। ଏଭଳି ସ୍ଥିତିରେ ନିଜ ସ୍ତ୍ରୀଙ୍କୁ ପର ପୁରୁଷ ସହ ଦେଖିବା ପରେ ରୁସେଭଙ୍କ ଶତ୍ରୁତା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ ଖୁବ୍‌ଶୀଘ୍ର ଉଭୟଙ୍କୁ ରିଂରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ମହିଳା ରେସ୍‌ଲର ଲାନାଙ୍କୁ କିଛିଦିନ ତଳେ ବବିଙ୍କ ସହ ବେଡ୍‌ରେ ଥିବା ଫଟୋ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.