ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-୨୦, ହେବ ନିର୍ଣ୍ଣାୟକ ଲଢେଇ

କେନ୍ଯୁଜ୍: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-୨୦ । ଦୁଇ ଦଳ ମଧ୍ୟରେ ହେବ ନିର୍ଣ୍ଣାୟକ ଲଢେଇ । ସିରିଜ୍‌ ୨-୨ରେ ବରାବର ଥିବାରୁ ଆଜିର ମ୍ୟାଚ୍‌ ଜିତି ଟାଇଟଲ ହାତେଇବାକୁ ଚେଷ୍ଟା କରିବେ ଉଭୟ ଦଳ । କହିବାକୁ ଗଲେ ଆଜିର ମ୍ୟାଚ୍‌ ଟି-୨୦ ସିରିଜ୍‌ର ଫାଇନାଲ ମ୍ୟାଚ୍‌ । ବିଶ୍ୱ ଟି-୨୦ ତାଲିକାରେ ଇଂଲଣ୍ଡ ପ୍ରଥମରେ ଥିବା ବେଳେ ଟିମ୍‌ ଇଣ୍ଡିଆ ଦ୍ୱିତୀୟରେ ରହିଛି । ତେଣୁ ଦୁଇ ଶୀର୍ଷ ଦଳ ମଧ୍ୟରେ ଆଜି କଡା ଟକ୍କର ଦେଖିବାକୁ ମିଳିବ ।

୬ ମାସ ପରେ ଟି-୨୦ ବିଶ୍ୱକପ୍‌ । ବିଶ୍ୱକପ୍‌ ପୂର୍ବରୁ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ୍‌ରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ହେଲେ ଲୋକେଶ ରାହୁଲଙ୍କ ସ୍ଥାନରେ ଇଷାନ କିଷନଙ୍କୁ ନିଆଯାଇପାରେ ବୋଲି କୁହାଯାଉଛି । ଗତ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବ ନିଜର ସ୍ଥାନ ବଜାୟ ରଖିବେ । ବୋଲିଂ ବିଭାଗରେ ଓ୍ଵାସିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ ପେସ୍‌ ବୋଲର ଟି ନଟରାଜ୍‌ନଙ୍କୁ ସୁଯୋଗ ମିଳିପାରେ । ସେହିପରି ଇଂଲଣ୍ଡ ଟିମ୍‌ରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.