IPL ଲାଇଭ୍‌ ମ୍ୟାଚ୍‌ରେ ପୁରୁଷ ବନ୍ଧୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରେମ ନିବେଦନ କଲେ ଯୁବତୀ, ଏବେ ଭିଡିଓ ହେଉଛି ଭାଇରାଲ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଛି । ଚେନ୍ନାଇର ପାଳି ଯେତେବେଳେ ଚାଲିଥିଲା, ସେହି ସମୟରେ ପଡ଼ିଆରେ କିଛି ବିରଳ ସମୟ ଆସିଥିଲା । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଏହି ଲାଇଭ୍‌ ମ୍ୟାଚ୍‌ରେ ଜଣେ ଯୁବତୀ ତା ପ୍ରେମିକଙ୍କୁ ନିଜର ବିବାହ ପ୍ରସ୍ତାବ ଦେଉଥିବାର ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରାଯାଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ମିଡିଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେଉଛି। ଚେନ୍ନାଇ ପାଳିର ୧୧ତମ ଓଭରରେ ଯେତେବେଳେ ଏହି ପ୍ରେମ ଚାଲିଥିଲା ଲାଇଭ୍‌ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଜଣେ ଯୁବତୀ ଆଣ୍ଠୁରେ ବସି ନିଜ ପ୍ରେମିକକୁ ବିବାହ ପ୍ରସ୍ତାବ ଦେଇଥିବାର ନଜର ଆସିଛନ୍ତି । ଏହି ପ୍ରେମ ପ୍ରସ୍ତାବ ପରେ ଉଭୟ ଜଣେ ଅନ୍ୟକୁ କୁଣ୍ଢାଇ ପକାଇଥିଲେ ।

ଯୁବକ ଜଣକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଜର୍ସି ପିନ୍ଧିଥିଲେ ଓ ଯୁବତୀ ଜଣକ ମଧ୍ୟ ନାଲି ପୋଷାକ ପିନ୍ଧିଥିଲେ । ପ୍ରେମ ପ୍ରସ୍ତାବ ସମୟରେ ଦର୍ଶକ ଜୋରଦାର ତାଳିମାରୁଥିଲେ । ଅଳ୍ପ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା । ଏବେ ବି ଏହି ଭିଡିଓ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି । ଲୋକମାନେ ଏହାକୁ ଖୁବ୍‌ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲରେ ଏହା ପ୍ରଥମ ଥର ଘଟଣା ନୁହେଁ । ଏପରିକି ଖେଳାଳିଙ୍କୁ ମଧ୍ୟ ପ୍ରେମ ପ୍ରସ୍ତାବ ଦିଆଯାଇଛି । ଗତବର୍ଷ ଚେନ୍ନାଇର ଖେଳାଳି ଦୀପକ ଚାହରଙ୍କୁ ପଡ଼ିଆରେ ମ୍ୟାଚ ଶେଷ ହେବା ପରେ ନିଜର ବାନ୍ଧବୀ ପ୍ରୋପୋଜ କରିଥିଲେ । ଆଇପିଏଲ ଶେଷ ହେବା ପରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.