AC ସାମ୍ନାରେ ଅଧିକ ସମୟ ବିତାଉଥିଲେ ହୋଇପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର

ପ୍ରବଳ ଗରମ ଏବଂ ଝାଳକୁ ଏଡାଇବା ପାଇଁ ଲୋକମାନେ ଖରାଦିନେ ପ୍ରାୟତଃ ଏୟାର କଣ୍ଡିସନର ବ୍ୟବହାର କରନ୍ତି। କିନ୍ତୁ କେତେବେଳେ ମଣିଷର ଏହି ଆବଶ୍ୟକତା ଅଭ୍ୟାସରେ ପରିଣତ ହୁଏ ମଧ୍ୟ ଜଣା ନଥାଏ। ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବା ମାତ୍ରେ ଲୋକମାନେ ଏସି ଆଡକୁ ଦୌଡ଼ି ଯାନ୍ତି । ଘର, ଅଫିସ୍ ଏବଂ କାରରେ ଏବେ ସବୁ ଆଡେ ଏସିର ସୁବିଧା ରହିଛି । ଏପରି ପରିସ୍ଥିତିରେ ଆପଣ କେବଳ ଏସିରେ ଦିନର ଅନେକ ଘଣ୍ଟା ବିତାନ୍ତି। କିନ୍ତୁ ଏକଥା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହି ଥଣ୍ଡା ପବନ ଶରୀରକୁ ଶୀତଳ କରିବା ସହ ଶରୀରକୁ ଭିତରୁ ଦୁର୍ବଳ କରିଦେଇଥାଏ । ଅଧିକାଂଶ ସମୟ ଏସିରେ ବିତାଉଥିଲେ ଅନେକ ସମ୍ଭୀର ସମସ୍ୟା ଦେଖାଦେଇପାରେ । ଆସନ୍ତୁ ଜାଣିବା ସେ ସବୁ ବିଷୟରେ।

ଯଦି ଆପଣ ଏସି ଚାଲୁଥିବା ସ୍ଥାନରେ ଦୀର୍ଘ ସମୟ ଧରି ବସିଥା’ନ୍ତି ତେବେ ଅନେକ ଲୋକ ଏଥିରୁ ଥଣ୍ଡା, ଏବଂ ଜ୍ୱରର ଶିକାର ହୋଇଥାନ୍ତି। ବିଶେଷକରି ଯଦି ବାହାରେ ଅତ୍ୟଧିକ ଗରମ ହେଉଛି ତେବେ ଏହି ଶୀତଳ ପରିବେଶରୁ ଅସୁସ୍ଥ ହେବାର ସମ୍ଭାବନା ବଢିଯାଏ। ତେଣୁ କ୍ରମାଗତ ଭାବରେ ଏୟାର କଣ୍ଡିସନରରେ ରୁହନ୍ତୁ ନାହିଁ।

ଏୟାର କଣ୍ଡିସନରରେ ବସିବା ଦ୍ୱାରା ନିମ୍ନ ରକ୍ତଚାପର ଲକ୍ଷଣ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ନିମ୍ନ ରକ୍ତଚାପର ଶିକାର ହୋଇଥିବା ବ୍ୟକ୍ତି କେବଳ ସୀମିତ ସମୟ ପାଇଁ ଏସି ସାମ୍ନାରେ ବସିବା ଉଚିତ୍ । ଦୀର୍ଘ ସମୟ ଧରି ବସିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ଏସି ।

ଏସି ଯୋଗୁଁ ଅନେକ ଲୋକ ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୋଇଥାଏ ।ମାଂସପେଶୀ ଯନ୍ତ୍ରଣା ମଧ୍ୟ ହୋଇପାରେ। ଏହି ସମସ୍ୟା ଭବିଷ୍ୟତରେ ହାଡ ସହିତ ଜଡିତ ଗୁରୁତର ରୋଗ ମଧ୍ୟ ସୃଷ୍ଟି କରିପାରେ।

ଦୀର୍ଘ ସମୟ ଧରି ଏସି ସାମ୍ନାରେ ବସିଲେ ଚର୍ମ କୁଞ୍ଚନ ସମସ୍ୟା ଦେଖାଦେଇଥାଏ । ଏହାର କାରଣ ହେଉଛି ଏସିର ଥଣ୍ଡା ପବନ ଝାଳକୁ ଶୋଷିଥାଏ । କିନ୍ତୁ ଏହାସହିତ ଶରୀରର ଆର୍ଦ୍ରତା ମଧ୍ୟ ଶୋଷି ହୋଇଯାଇଥାଏ । ଏଥିପାଇଁ ଶରୀରରେ ଜଳର ଅଭାବ ଦେଖାଦେବା ସହ ଚର୍ମର ଚମକ ହଜିଯାଏ । ତେବେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାକୁ ଭୁଲନ୍ତୁ ନାହିଁ।

ଏସିର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ମେଦବହୁଳତାର ଶିକାର କରିପାରେ। ନିମ୍ନ ତାପମାତ୍ରା ହେତୁ ଆମ ଶରୀର ଅଧିକ ସକ୍ରିୟ ହେବାକୁ ସକ୍ଷମ ହୁଏ ନାହିଁ ଏବଂ ଶରୀରର ଶକ୍ତି ସଠିକ୍ ପରିମାଣରେ ବ୍ୟବହୃତ ହୁଏ ନାହିଁ। ଯେଉଁ କାରଣରୁ ଶରୀରର ଚର୍ବି ବଢିଥାଏ।

ଯେତେବେଳେ ଏସିର ତାପମାତ୍ରା ଅତ୍ୟଧିକ କମ୍ ହୁଏ, ମସ୍ତିଷ୍କ କୋଷଗୁଡ଼ିକ ମଧ୍ୟ ସଙ୍କୁଚିତ ହୁଏ, ଯାହା ମସ୍ତିଷ୍କର ଦକ୍ଷତା ଏବଂ କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ ଆପଣାଙ୍କର କ୍ରମାଗତ ମୁଣ୍ଡ ବୁଲାଇବାର ସମସ୍ୟା ବି ଦେଖାଦିଏ। ଅନେକ ଲୋକ ମଧ୍ୟ ମୁଣ୍ଡବିନ୍ଧାର ଅଭିଯୋଗ କରିବା ଆରମ୍ଭ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.