ଧୋନୀଙ୍କ ଝିଅ ଜୀଭା ସୁନ୍ଦର କଣ୍ଠରେ ଗାଇଲେ କୃଷ୍ଣ ଭଜନ, ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜୀଭା ଧୋନୀଙ୍କ ଏକ କ୍ୟୁଟ୍‌ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜୀଭା ମାଲାୟାଲମ୍‌ ଭାଷାରେ ଏକ କୃଷ୍ଣ ଭଜନ ଗାଉଥିବା ନଜର ଆସୁଛନ୍ତି। ଧୋନୀଙ୍କ ଫ୍ୟାନ୍‌ମାନେ ଭିଡିଓଟିକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଜୀଭା ଧୋନୀ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହି ଭିଡିଓକୁ ଶେୟାର କରାଯାଇଛି। ଏଥିରେ ଫ୍ୟାନ୍‌ମାନେ ବହୁତ ଭଲ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଫ୍ୟାନ୍‌ ଲେଖିଛନ୍ତି, ଜୀଭାଙ୍କୁ ବି ନିଜ ବାପାଙ୍କ ଭଳି ସିଙ୍ଗିଙ୍ଗ୍‌ ଟ୍ୟାଲେଣ୍ଟ ମିଳିଛି।

jiva2

କହି ରଖୁଛୁ, ଏଥିପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ‘ଜବ କୋଇ ବାତ୍‌ ବିଗଡ ଯାଏ’ ଗୀତ ଗାଇଛନ୍ତି। ଏହି ଭିଡିଓ ଫ୍ୟାନ୍‌ମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।

 

View this post on Instagram

 

Singing mode !

A post shared by ZIVA SINGH DHONI (@ziva_singh_dhoni) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.