ବାଦଶାହା କଲେ ର‍୍ୟାପ୍‌, ‘କାଲା ଚଷମା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଧୋନି ଏବଂ ହାର୍ଦ୍ଦିକ: ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବେ ଆଇପିଏଲ୍‌ ୨୦୨୩ ପାଇଁ ପ୍ରସ୍ତୁତ କରୁଛନ୍ତି। ଏହା ହୁଏତ ଧୋନିଙ୍କର ଶେଷ ଆଇପିଏଲ୍‌ ହୋଇପାରେ ! ହେଲେ ଏହା ମଧ୍ୟରେ ଧୋନିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଧୋନି ସାଥି ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓରେ ଧୋନି ଏବଂ ପାଣ୍ଡ୍ୟା ବଲିଉଡ ଗୀତ ‘କାଲା ଚଷମା’ରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଦୁବାଇର ବୋଲି ଜଣାପଡିଛି। ଏକ ଜନ୍ମଦିନ ପାର୍ଟିରେ ବଲିଉଡର ର‍୍ୟାପର ବାଦଶାହଙ୍କ ଗୀତ ‘କାଲା ଚଷମା’ ଗୀତରେ ର‍୍ୟାପ୍‌ କରି ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓରେ କେବଳ ଧୋନି କି ପାଣ୍ଡ୍ୟା ନୁହେଁ ବରଂ କୃଣାଲ ପାଣ୍ଡ୍ୟା, ଈଶାନ କିଷନ ମଧ୍ୟ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଜିତି ଫେରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ଟି୨୦ ସିରିଜକୁ ୧-୦ରେ ଜିତିଥିଲା। ହାର୍ଦ୍ଦିକ ଏବେ ଦିନିକିଆ ସିରିଜ ଖେଳୁନାହାନ୍ତି । ଦୁବାଇରେ ଛୁଟି କାଟୁଛନ୍ତି। ସୋସିଆଲ ମିଡିଆରେ ଏହି ପାର୍ଟିର ଅନେକ ଭିଡିଓ ଭାଇରଲ ହେଉଛି। ଏଥିରେ ସବୁ ଖେଳାଳି ମିଶି ଡ୍ୟାନ୍ସ କରୁଛନ୍ତି। ଆଉ ଧୋନିଙ୍କର ଏପରି ଅନ୍ଦାଜ ପ୍ରଥମ ଥର ଦେଖିବାକୁ ମିଳିଛି ।

ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅଲବିଦା କହିସାରିଛନ୍ତି ଧୋନି। କେବଳ ଆଇପିଏଲ ଖେଳୁଛନ୍ତି। ଆଇପିଏଲ ୨୦୨୩କୁ ନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଆଉ ମାର୍ଚ୍ଚ କିମ୍ବା ଏପ୍ରିଲରେ ଆଇପିଏଲ୍‌ ହୋଇପାରେ । ଆଇପିଏଲ ୨୦୨୩ ଧୋନିଙ୍କର ଶେଷ ଆଇପିଏଲ ହୋଇପାରେ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.