IPL ପାଇଁ ଏବେଠାରୁ ଧୋନିଙ୍କ ପ୍ରସ୍ତୁତି, ଭାଇରାଲ ହେଉଛି ରାଞ୍ଚି ଷ୍ଟାଡିୟମର ନେଟ୍‌ ପ୍ରାକ୍ଟିସ୍‌ ଭିଡ଼ିଓ

ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପ୍ଟେନ୍‌ ଏବଂ ଜଣେ ଦକ୍ଷ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଆଗାମୀ ଆଇପିଏଲ୍‌ ପାଇଁ ଏବେଠାରୁ ହିଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଝାଡ଼ଖଣ୍ଡର JSCA International Stadium ରେ ସେ ଅଭ୍ୟାସ କରୁଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭାରତୀୟ କ୍ରିକେଟ ଦଳର ଇତିହାସ ସୃଷ୍ଟି କରିଥିବା ମହୋନ୍ଦ୍ର ସିଂ ଧୋନି ଭାରତୀୟ ଟିମ୍‌ରେ ନେତୃତ୍ୱ ନେବାରେ ସୁଖ୍ୟାତି ଲାଭ କରିବା ସହିତ ସେ ପରିଶ୍ରମ କରିବାରେ ପଛରେ କେବେବି ନଥାଆନ୍ତି। ଧୋନିଙ୍କ ଅଧିନାୟିକତ୍ୱରେ ଭାରତୀୟ ଦଳ ଆଇସିସି ର ୩ଟି ଟ୍ରଫି ହାସଲ କରିଛନ୍ତି। ଧୋନୀଙ୍କୁ କ୍ୟାପ୍ଟେନ୍‌ କୁଲ୍‌ ମଧ୍ୟ କହନ୍ତି। ସେ IPL ରେ ଚେନ୍ନାଇ ସୁପର କିଙ୍ଗ୍‌ ରୁ ଚାରି ଚାରିଥର ଟ୍ରଫି ଜିତି ଜଣେ ସଫଳ ଅଧିନାୟକ ହୋଇଛନ୍ତି।

 

ଛଅ ମାସ ପୂର୍ବରୁ କ୍ୟାପ୍ଟେନ କୁଲ୍‌ଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଧୋନି ୨ ବର୍ଷ ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ତଥାପି ଏପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିକେଟରଙ୍କ ଭିତରେ ଜଣେ। ସେ ଶେଷଥର ପାଇଁ ବର୍ଷ ଆରମ୍ଭରୁ IPL ଖେଳିଥିଲେ। ଆଶା କରାଯାଉଛି IPL ର ଆଗାମୀ ୧୬ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ ର ନେତୃତ୍ୱ ନେବେ। ଏବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ୬ ମାସ ବାକି ଅଛି। ଏହାରି ଭିତରେ ଧୋନି ରାଞ୍ଚିରେ ଏଥିପାଇଁ ଅଭ୍ୟାସ କରୁଥିବା ନଜର ଆସିଛନ୍ତି।

୪୧ ବର୍ଷୀୟ ଧୋନିଙ୍କର ଗୋଟେ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେ ରାଞ୍ଚିରେ JSCA International Stadium ରେ ଅଭ୍ୟାସ କରିବା ବେଳେ ନଜର ଆସୁଛନ୍ତି। ୧୮ ସେକେଣ୍ଡର ଏହି ଭିଡିଓରେ ଧୋନିଙ୍କୁ ହେଲମେଟ୍‌ ପିନ୍ଧି ବ୍ୟାଟିଂ କରିବାରେ ଦେଖିବାକୁ ମିଳିଛି। ଧୋନି IPL ର ପଛ ସିଜିନରେ ୧୪ ମ୍ୟଚ୍‌ ଖେଳି ୩୩.୧୪ ହାରରେ ସର୍ବମୋଟ ୨୩୨ ରନ କରିଥିଲେ। ସେ ୬ ଟି ପାରିରେ ଅପରାଜିତ ଏବଂ ଗୋଟେ ଅର୍ଦ୍ଧଶତକ ମାରିଥିଲେ।

ଧୋନିଙ୍କ ଅଧିନାୟିକତ୍ୱରେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ,୨୦୧୧ରେ ୫୦ ଓଭର ବିଶ୍ୱକପ, ୨୦୧୩ରେ ଚାମ୍ପିଅନ୍‌ସିପ୍‌ ଟ୍ରଫି ଜିତିଥିଲେ। ସେ ହିଁ ଏକ ମାତ୍ର କ୍ୟାପ୍ଟେନ ଯିଏ ୩ଟି ଆଇସିସି ଟ୍ରଫି ଜିତିଥିଲେ। ଧୋନିଙ୍କ ନେତୃତ୍ୱରେ ୨୦୧୪ ମସିହାରେ ଟି-୨୦ ବିଶ୍ୱକପ ଫାଇନାଲକୁ ଯାଇଥିଲା।

ବିସିସିଆଇ କହିଛି ଯେ IPL ର ଆସନ୍ତା ସିଜିନ ପୁରୁଣା ଫର୍ମାଟ ଅନୁସାରେ ଖେଳାଯିବ। ଏହାକୁ ପୁଣି ଥରେ ଘର ଏବଂ ବାହାର ଫର୍ମାଟରେ ଖେଳାଯିବ। ପୂର୍ବ ବର୍ଷ ଆଇପିଏଲ୍‌ର ଲିଗ୍‌ ମ୍ୟାଚ୍‌ ମୁମ୍ବାଇ ଏବଂ ପୁନେ ର ୪ଟି ସ୍ଥାନରେ ଖେଳାଯାଇଥିଲା। ଏଥିରେ ନକ୍‌ଆଉଟ ମ୍ୟାଚ୍‌ କୋଲକାତା ଏବଂ ଅହମ୍ମଦାବାଦରେ ଆୟୋଜନ ହୋଇଥିଲା। ଗୁଜୁରାଟ ଟାଇଟନ୍ସ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ IPL-2022 ରେ ଫାଇନାଲ ମ୍ୟାଚ୍‌ରେ ରାଜସ୍ଥାନ ରୋୟାଳ୍ସ ହରାଇ ବିଜେତା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.