ଏ କିଭଳି ମାନସିକତା, ଧୋନିଙ୍କ ୫ ବର୍ଷର ଝିଅ ଜିଭାକୁ ମିଳିଲା ଅଶ୍ଳୀଳ କମେଣ୍ଟ !

IPL ୨୦୨୦ର ୨୧ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ଭିତରେ ଖେଳାଯାଉଥିଲା। ଯେଉଁଥିରେ କେକେଆର ଚେନ୍ନାଇକୁ ୧୦ ରନରେ ହରାଇଦେଲା। ହାରିବା-ଜିତିବା ତ କ୍ରିକେଟରେ ଲାଗିକି ରହିଥାଏ, ଏହା କୌଣସି ନୂଆ ନୁହେଁ। କିନ୍ତୁ ଲୋକଙ୍କୁ କିଏ ବୁଝାଇବ, ମ୍ୟାଚ୍‌ ସରିବା ପରେ କ୍ୟାପଟେନ ଧୋନି ଏବଂ କେଦାର ଯାଧବଙ୍କ ବିଷୟରେ ଆଲୋଚନା କରିବାକୁ ଲାଗିଲେ। ସେହିପରି କିଛି ଟ୍ରୋଲର୍ସ ସବୁ ସୀମା ପାର କରିଦେଲେ। ଟ୍ରୋଲର୍ସ ଧୋନିଙ୍କର ୫-୬ ବର୍ଷର ଝିଅ ଜିଭାକୁ ନେଇ ଲଜ୍ଜାଜନକ ଟିପ୍ପଣୀ କରିଦେଲେ। ଯାହାକୁ ଶୁଣିବା ପରେ ହୁଏତ ଆପଣଙ୍କୁ ନିହାତି ଭାବରେ କ୍ରୋଧ ଆସିବ।


ଖେଳାଳିଙ୍କ ଖରାପ ପ୍ରଦର୍ଶନ ଉପରେ ଆମେ ପୂର୍ବରୁ ଦେଖିସାରିଛୁ ଯେ ସେମାନଙ୍କ ପତ୍ନୀ ଏବଂ ଗର୍ଲଫ୍ରେଣ୍ଡମାନଙ୍କୁ ଟ୍ରୋଲ କରାଯାଇଛି । ଏହା ପ୍ରଥମ ଥର ଦେଖାଯାଇଛି ଯେ ଯଦି ପ୍ରିୟ ଦଳ ଗୋଟିଏ ମ୍ୟାଚ୍ ହାରିଯାଏ, ତେବେ ବର୍ତ୍ତମାନ ସେମାନଙ୍କର ପିଲା ଏବଂ ନାବାଳିକାଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ଧୋନିଙ୍କର ୫-୬ ବର୍ଷର ଝିଅ ଜିଭାକୁ ଧମକ ମିଳିଥିବା କିଛି ଟ୍ଵିଟସ ଏବଂ ଫେସବୁକ ପୋଷ୍ଟ ସାମ୍ନାକୁ ଆସିଛି। ଏଥିରୁ କିଛି ପୋଷ୍ଟରେ ଧୋନୀଙ୍କ ଝିଅ ଜିଭାକୁ ରେପ୍‌ କରିବାର ଧମକ ଦିଆଯାଇଛି। କେବଳ ଏତିକି ନୁହେଁ ଧୋନୀଙ୍କ ସ୍ତ୍ରୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଧମକ ମିଳିଛି। ଟ୍ରୋଲର୍ସଙ୍କ ଏହି ବ୍ୟବହାରରେ ଟ୍ଵିଟର ଗରମ ହୋଇସାରିଲାଣି। ଲୋକମାନଙ୍କର ଏପରି ବ୍ୟବହାରକୁ ନେଇ କଡା ଆଲୋଚନା କରାଯାଉଛି। ଏହାକୁ ନେଇ ଅଭିନେତ୍ରୀ ନଗମା ପିଏମଙ୍କୁ ପ୍ରଶ୍ନ କରିଛନ୍ତି, ଆମ ଦେଶରେ କଣ ଏ ସବୁ ଚାଲିଛି?


ସେହିପରି ଏମିତି ଟ୍ଵିଟ ଦେଖି ଲୋକମାନଙ୍କୁ ନେଇ ଲଜ୍ଜା ଆସୁଛି। କଣ ହୋଇଗଲା ଆମ ଭାରତୀୟଙ୍କୁ। ହାର ଜିତ ତ ଲାଗିଥାଏ। ତାହାବୋଲି ଏମିତି ମନ୍ତବ୍ୟ କଣ ଠିକ୍‌। ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.