ବିବାହ ବାର୍ଷିକୀରେ ପତ୍ନୀ ସାକ୍ଷୀଙ୍କୁ ଖାସ୍‌ ଗିଫ୍ଟ ଦେଲେ ମହେନ୍ଦ୍ର ସିଂହ ଧୋନି, ଦେଖନ୍ତୁ ଫଟୋ

ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ କୁଲ ମହେନ୍ଦ୍ର ସିଂହ ଧୋନି ଓ ସାକ୍ଷୀ ରବିବାର ୧୧ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ମୁହୂର୍ତ୍ତରେ ଧୋନି ପତ୍ନୀଙ୍କୁ ଏକ ଖାସ୍‌ ଗିଫ୍ଟ ଦେଇଛନ୍ତି। ଏନେଇ ତାଙ୍କ ପତ୍ନୀ ନିଜେ ସୂଚନା ଦେଇଛନ୍ତି। ଧୋନି ବିବାହ ବାର୍ଷିକୀ ଅବସରରେ ସାକ୍ଷୀଙ୍କୁ ଏକ ସ୍ପେଶାଲ ଓ୍ଵିଣ୍ଟେଜ କାର ଉପହାର ଦେଇଛନ୍ତି। ଏହି କାରର ଫଟୋକୁ ସାକ୍ଷୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବିବାହ ବାର୍ଷିକୀରେ ଧୋନି ଏକ ଫକ୍ସବେଗନ୍‌ ବିଟଲର ଓ୍ଵିଣ୍ଟେଜ୍‌ କାର ଗିଫ୍ଟ କରିଛନ୍ତି। ବ୍ଲୁ ଓ ହ୍ଵାଇଟ୍‌ ରଙ୍ଗର ଏହି କାର୍‌ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗୁଛି। ସାକ୍ଷୀ ଏହାକୁ ପାଇ କେତେ ଖୁସି ତାହା ତାଙ୍କ ଫଟୋ କ୍ୟାପସନ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି। ଫଟୋ ସେୟାର କରି ସାକ୍ଷୀ ଲେଖିଛନ୍ତି- ‘ଥ୍ୟାଙ୍କ ୟୁ ଫର ଦ ଆନିଭର୍ସିରୀ ଗିଫ୍ଟ…’।

MS Dhoni 2

ମହେନ୍ଦ୍ର ସିଂହ ଧୋନି ଓ ସାକ୍ଷୀଙ୍କ ବିବାହ ୪ ଜୁଲାଇ ୨୦୧୦ର ହୋଇଥିଲା। ତାଙ୍କ ବିବାହ ଡେରାଡୁନ୍‌ରେ ଅନୁଷ୍ଠିତ ହୋଇଥିଲା। ବିବାହରେ କେବଳ ପରିବାରର ଲୋକ ଓ କିଛି ନିକଟତମ ବନ୍ଧୁ ଯୋଗ ଦେଇଥିଲେ। ତେବେ ଗତକାଲି ବିବାହ ବାର୍ଷିକୀରେ ସମସ୍ତେ ଧୋନି ଓ ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.