ଆଫ୍‌ଗାନିସ୍ତାନର ଷ୍ଟାର୍‌ ଖେଳାଳି ନବୀନ ଉଲ୍‌ ହକ୍‌ଙ୍କୁ ବଡ଼ ଝଟ୍‌କା, ୨୦ ମାସ ପାଇଁ ବ୍ୟାନ୍‌ କଲା ଅନ୍ତର୍ଜାତୀୟ ଲିଗ୍ ଟି-୨୦

ଚୁକ୍ତି ଉଲ୍ଲଂଘନ ମାମଲାରେ ନବୀନ ଉଲ୍‌ ହକ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଆଫଗାନିସ୍ତାନର ଷ୍ଟାର୍‌ ପେସର୍ ଉଲ୍‌ ହକ୍‌ଙ୍କ ଉପରେ ଅନ୍ତର୍ଜାତୀୟ ଲିଗ୍ ଟି-୨୦ (ILT20) ୨୦ ମାସ ପାଇଁ ପ୍ରତିବନ୍ଧକ ଲଗାଇଦେଇଛି। ILT20ରେ ନବୀନ ଶାହଜାହ ୱାରିୟର୍ସର ଏକ ଅଂଶ ଥିଲେ, ଯାହା ସହିତ ସେ ଚୁକ୍ତି ଭଙ୍ଗ କରିଛନ୍ତି।

ପ୍ରଥମ ସିଜନରେ ନବୀନ ILT20 ଖେଳୁଥିବାର ଦେଖିବାକୁ ମିଳିଥିଲେ, କିନ୍ତୁ ଏବେ ଲିଗ୍ ତାଙ୍କ ଉପରେ ୨୦ ମାସର ବ୍ୟାନ୍‌ ଲଗାଇଛି।

ପ୍ରଥମ ସିଜନରେ ନବୀନ ଶାରଜାହ ୱାରିୟର୍ସ ପାଇଁ ୯ଟି ମ୍ୟାଚ୍‌ ଖେଳି ୧୧ଟି ୱିକେଟ୍ ନେଇଥିଲେ। ଫ୍ରାଞ୍ଚାଇଜ୍ ନବୀନଙ୍କ ସହିତ ଏକ ବର୍ଷର ଚୁକ୍ତିନାମା କରିଥିଲା, ଯାହାକୁ ଟିମ୍‌ ବଢ଼ାଇବାକୁ ଚାହୁଁଥିଲା। ହେଲେ ନବୀନ ମନା କରିଦେଇଥିଲେ। ନବୀନଙ୍କ ଉପରେ ଚୁକ୍ତିନାମାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ILT20 ନବୀନ ଏବଂ ଶାରଜାହ ୱାରିୟର୍ସ ଉଭୟଙ୍କ ପକ୍ଷ ଶୁଣିଥିଲା, ଯାହା ପରେ ଏହି ନିଷ୍ପତ୍ତି ନେଇଛି।

ନିକଟରେ ଖେଳାଯାଇଥିବା ବିଶ୍ୱକପ୍ ୨୦୨୩ ପରେ ନବୀନ ଦିନିକିଆ କ୍ରିକେଟ୍‌କୁ ଅଲ୍‌ବିଦା କହିଥିଲେ। ସେ ବିଶ୍ୱକପ୍‌ ପୂର୍ବରୁ ହିଁ ଏ କଥା ସ୍ପଷ୍ଟ କରିଥିଲେ ଯେ ଟୁର୍ଣ୍ଣାମେଣ୍ଟ ପରେ ସେ ଦିନିକିଆ କ୍ରିକେଟ୍‌ରୁ ବିଦାୟ ନେବେ। ତେବେ ଦିନିକିଆରୁ ବିଦାୟ ନେବା ପଛର କାରଣ ଦର୍ଶାଇ ସେ କହିଥିଲେ, ସେ କେବଳ ଟି-୨୦ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.