୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ, ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ

କଟକ: ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ। ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ରାଜ୍ୟ କ୍ରିକେଟ ଜଗତର ଏହି ହାଇପ୍ରୋଫାଇଲ୍‌ ଭୋଟିଂକୁ ନେଇ ଏବେ ଚର୍ଚ୍ଚା। କେଉଁ ପଦ ପାଇଁ କିଏ ପ୍ରାର୍ଥୀ ହେବେ, ତାଉପରେ ସମସ୍ତଙ୍କ ନଜର ରହିଛି। ବେଶୀ ଚର୍ଚ୍ଚା ଓସିଏ ସମ୍ପାଦକ ପଦକୁ ନେଇ। ପୂର୍ବରୁ ଓସିଏର ସମ୍ପାଦକ ଥିବା ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ଏଥର ପ୍ରାର୍ଥୀ ହୋଇ ପାରନ୍ତି। ଶୁଣିବାକୁ ମିଳିଛି ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି ନବ ପଟ୍ଟନାୟକ। ନବ ପଟ୍ଟନାୟକ ମଧ୍ୟ ବହୁ ବର୍ଷ ହେଲା କ୍ରିକେଟ ସହ ଜଡିତ ଅଛନ୍ତି। ତେଣୁ ସମ୍ପଦାକ ପଦ ପାଇଁ କାଣ୍ଟେ କି ଟକ୍କର ଦେଖିବାକୁ ମିଳିପାରେ। ନିର୍ବାଚନ ପାଇଁ ଓସିଏ ସଦସ୍ୟଙ୍କ ଉପରେ ଲାଗୁ ହୋଇଛି ଆଚରଣ ବିଧି। ୬ଟି ପଦବୀ ପାଇଁ ନିର୍ବାଚନ ହେବ। ୭୩ଟି ଭୋଟ୍‌ ରହିଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କୁ ୩୭ଟି ଭୋଟ ମିଳିବା ଆବଶ୍ୟକ।