ଏଠାରେ ଶେଷ ନିଃଶ୍ୱାସ ନେଇଛନ୍ତିି ‘ଲୈଲା-ମଜନୁ’, ଆଶୀର୍ବାଦ ନେବାକୁ ଆସନ୍ତି ଅନେକ ପ୍ରେମୀଯୁଗଳ

ପାକିସ୍ତାନ ସୀମାଠାରୁ ମାତ୍ର ୨ କିଲୋମିଟର ଦୂର ରାଜସ୍ଥାନର ଗଙ୍ଗାନଗର ଜିଲା, ଯେଉଁଠି ନିଜର ଶେଷ ନିଃଶ୍ୱାସ ନେଇଥିଲେ ଲୈଲା-ମଜନୁ। ଆଉ ଆଜି ସେହି ଜାଗାରେ ରହିଛି ଏହି ପ୍ରେମୀଯୁଗଳଙ୍କ ସମାଧିପୀଠ। ଲୈଲା-ମଜନୁଙ୍କ ସମାଧିସ୍ଥଳକୁ ଅନେକ ପ୍ରେମୀଯୁଗଳ ଏବଂ ନବବିବାହିତଙ୍କର ଭିଡ଼ ଲାଗିରହିଥାଏ। ଏ ସମସ୍ତ ଯୋଡ଼ି ନିଜ ନିଜ ପ୍ରେମକୁ ମଜଭୁତ୍‌ କରିବା ପାଇଁ ଆଶୀର୍ବାଦ ନେବାକୁ ଏଠାକୁ ଆସିଥାଆନ୍ତି। ଏହି ସମାଧିସ୍ଥଳକୁ ଆସୁଥିବା ଲୋକଙ୍କ ମଧ୍ୟରେ କେବଳ ହିନ୍ଦୁ, ମୁସଲିମ୍‌ ନ ଥାଆନ୍ତି, ବରଂ ଶିଖ୍‌ ଓ ଇସାଇ ଧର୍ମର ଲୋକେ ମଧ୍ୟ ସାମିଲ ଥାଆନ୍ତି।

love1

love2

ବିଶ୍ୱାସ ରହିଛି ଯେ ଏହି ପବିତ୍ର ସମାଧିସ୍ଥଳ ନିଚ୍ଛକ ପ୍ରେମ କରୁଥିବା ଲୋକଙ୍କ ପାଇଁ ବହୁତ ସ୍ୱତନ୍ତ୍ର ଅଟେ। ସିନ୍ଧ୍‌ର ଜଣେ ଧନୀ ବ୍ୟବସାୟୀ ଶାହ ଅମାରୀଙ୍କ ପୁଅ ମଜନୁଙ୍କୁ ଲୈଲା ନାମ୍ନୀ ଯୁବତୀଙ୍କ ସହ ପ୍ରେମ ହୋଇଯାଇଥିଲା। କୁହାଯାଏ କି, ଲୈଲାଙ୍କୁ ମଜନୁଙ୍କଠାରୁ ଅଲଗା କରିବା ପାଇଁ ଲୈଲାଙ୍କ ବିବାହ କରି ଦିଆଯାଇଥିଲା। କିନ୍ତୁ କିଛି ଲୋକଙ୍କ ବିଶ୍ୱାସ ଯେ ଯେତେବେଳେ ଲୈଲା-ମଜନୁ ଘର ଘର ବୁଲୁଥିଲେ, ସେତେବେଳେ ସେମାନେ ରାଜସ୍ଥାନର ଗଙ୍ଗାନଗର ଜିଲାର ଏହି ସ୍ଥାନରେ ପହଞ୍ଚିଥିଲେ। ଏଠାରେ ପାଣି ବିନା ଛଟପଟ ହୋଇ ସେମାନଙ୍କ ଜୀବନ ଚାଲିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.