Below header

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତେଜସ୍ ରେ ଭରିଲେ ଉଡାଣ, ଜାଣନ୍ତୁ କେମିତି ଏହା ଚୀନ୍-ପାକ୍ କୁ ଦେବ ଟକ୍କର

‘ତେଜସ୍‌’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱଦେଶୀ ଲଢୁଆ ବିମାନ ତେଜସ୍‌ରେ ଉଡିଲେ ରାଜନାଥ ସିଂହ । ବାଙ୍ଗାଲୁରୁର ସୁଲୁର ଏୟାର ଫୋର୍ସ ଷ୍ଟେସନ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ତେଜସ୍‌ରେ ବସି ଉଡାଣ ଭରିଥିଲେ । ୩ ବର୍ଷ ପୂର୍ବେ ଲଢୁଆ ବିମାନ ତେଜସ୍‌ ବାୟୁସେନାରେ ସାମିଲ ହୋଇଥିଲା । ଏବେ ଅପଗ୍ରେଡ ଭର୍ସନ ଆସିବାକୁ ଯାଉଛି । ଏହା ଏକ ହାଲୁକା ଲଢୁଆ ବିମାନ । ଯାହାକୁ ହିନ୍ଦୁସ୍ତାନ ଏରୋନଟିକ୍‌ସ ଲିମିଟେଡ ପ୍ରସ୍ତୁତ କରିଛି । ୮୩ ତେଜସ୍‌ ବିମାନ ପାଇଁ ଏଚ୍‌ଏଲ୍‌କୁ ପାଖାପାଖି ୪୫ ହଜାର କୋଟି ଟଙ୍କା ମିଳିବ । ତେଜସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ସେତେବେଳେ ଉଡାଣ ଭରିଛନ୍ତି, ଯେତେବେଳେ ଏଚ୍‌ଏଏଲ୍‌କୁ ଦେଶରେ ୮୩ ଏଲ୍‌ସିଏ ମାର୍କ ୧ ଏ ବିମାନ ନିର୍ମାଣ ପାଇଁ ୪୫ ହଜାର କୋଟି ଟଙ୍କାର ପରିଯୋଜନା ମିଳିବାକୁ ଯାଉଛି ।

rajnath‘ତେଜସ୍‌’ ଯୁଦ୍ଧ ବିମାନର କ’ଣ ରହିଛି ବିଶେଷତ୍ୱ 

ଅସ୍ତ୍ର ତଳେ ପକାଇବାର କ୍ଷମତା:  ଏୟାର ଚିଫ୍ ମାର୍ଶାଲ ବିଏସ ଧନୋଆ କହିଛନ୍ତି କି, ତେଜସ୍ ନା କେବଳ ଲଗାତାର ଆକ୍ରମଣ କରିବାର ସାମର୍ଥ୍ଯ ରଖିଛି ବରଂ ଏହା ଠିକ୍ ନିରିକ୍ଷଣରେ ଅସ୍ତ୍ର ତଳେ ପକାଇବାର ମଧ୍ୟ କ୍ଷମତା ରଖିଛି । ସେ କହିଛନ୍ତି କି, ଏହା ଏକ ଫାଇଟର ପ୍ଳେନ୍ । ଏହି ପ୍ଳେନ୍ ଠିକ୍ ଫାଇଟର ଭଳି ହିଁ କାମ କରିଥାଏ । ପାଇଲଟ ମଧ୍ୟ ଏହାକୁ ନେଇ ବେଶ୍ ଖୁସି ଅଛନ୍ତି । ଏହା ଭାରତୀୟ ହୋଇଥିଲେ ମଧ୍ୟ ଏଥିରେ କିଛିଟା ବିଦେଶୀଙ୍କର ସାହାଯ୍ୟ ମଧ୍ୟ ରହିଛି । ଯେପରି ଏହାର ଇଞ୍ଜିନ୍ ଆମେରିକୀୟ,ରେଡାର ଏବଂ ଅସ୍ତ୍ର ଇସ୍ରାଏଲ୍‌ର ଏବଂ ଅନ୍ୟ ବହୁ ସାମଗ୍ରୀ ବିଦେଶର ଲଗାଯାଇଛି।

tejas 2ତେଜସ୍ ବହୁତ ହାଲୁକା : ତେଜସ୍ କୁ ହାଲୁକା ବିମାନ ଏଥିପାଇଁ କୁହାଯାଇଥାଏ କାରଣ ଏହାର ଢାଞ୍ଚା କାର୍ବନ ଫାଇବରରେ ତିଆରି । ଏହାର ସିଧା ଅର୍ଥ ହେଉଛି କି, କୌଣସି ଧାତୁରେ ତିଆରି ହୋଇଥିବା ବିମାନ ତୁଳନାରେ ଏହା ବହୁତ ହାଲୁକା ହୋଇଥାଏ । ଏହା ହାଲୁକା ହୋଇଥିଲେ ମଧ୍ୟ ଅନ୍ୟ ବିମାନ ତୁଳନାରେ ଅଧିକ ମଜବୁତ ଅଟେ । ଏହାର ସମୁଦାୟ ଓଜନ ୬,୫୬୦ କିଲୋଗ୍ରାମ । ଯାହା କାରଣରୁ ଏହା ୫୦ହଜାର ଫୁଟ୍ ଯାଏଁ ଉପରକୁ ଉଡାଣ ଭରି ପାରିଥାଏ। ଏହାର ୱିଙ୍ଗସ୍ ୮.୨ ମିଟର ଚୌଡା ଅଟେ । ତେଜସ୍ ବିମାନ ସମୁଦାୟ ୧୩.୨ ମିଟର ଲମ୍ବା ଏବଂ ୪.୪ ମିଟର ଉଚ୍ଚା ।

tejas 1ପାକ୍ ଏବଂ ଚୀନକୁ ଦେଉଛି ଟକ୍କର: ବିଶେଷଜ୍ଞଙ୍କ ମୁତାବକ ତେଜସ୍ ପାକିସ୍ତାନ ଏବଂ ଚୀନ୍ ଦ୍ବାରା ତିଆରି କରାଯାଇଥିବା ଲଢୁଆ ବିମାନ ଜେଏଫ୍-୭ ଥଣ୍ଡରକୁ ଟକ୍କର ଦେବାଭଳି। ତେଜସ୍ ଯେଉଁଠାରେ ଥରକରେ ୨୩୦୦ କିମି ଦୁର ବାଟ ଯାଇପାରେ, ଅନ୍ୟପଟେ ଥଣ୍ଡର ୨୩୦୭ କିମି ଯାଇଥାଏ । ତେଜସ୍ ରେ ପବନରେ ମଧ୍ୟ ଇନ୍ଧନ ଭରା ଯାଇପାରେ । ଅନ୍ୟପଟେ ଥଣ୍ଡରରେ ଏମିତି ସୁବିଧା ନାହିଁ । ମାଲେସିୟା ସମେତ ବହୁ ଦେଶ ମଧ୍ୟ ଏହାର ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

plainକମ୍ ସ୍ଥାନରେ ଉଡାଣ ଭରି ପାରିବ: ତେଜସ୍ ଅଧା କିଲୋମିଟରରୁ ମଧ୍ୟ କମ୍ ସ୍ଥାନରେ ଉଡାଣ ଭରିପାରିବ । ନିକଟରେ ତେଜସ୍ ଅରେଷ୍ଟେଡ୍ ଲ୍ୟାଣ୍ଡିଙ୍ଗ ଟେଷ୍ଟ ପାସ୍ କରିଛି । ଏହାରମାନେ ଏହି ବିମାନ ଯୁଦ୍ଧପୋତରେ ମଧ୍ୟ ଓହ୍ଲାଇପାରିବ । ତେଜସ୍ ଅଢେଇ ଘଣ୍ଟାରେ ପାଖାପାଖି ୩୦୦୦ରୁ ଅଧିକ ବାଟ ଉଡାଣ ଭରିଥାଏ । ଏହାର ପରୀକ୍ଷଣ କରିଥିବା ସବୁ ପାଇଲଟ ଏହାକୁ ନେଇ ବହୁ ସନ୍ତୁଷ୍ଟ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.