ସୁନା ଆଣି ସ୍ୱଦେଶ ଫେରିଲେ ସୁନା ଝିଅ ପି. ଭି. ସିନ୍ଧୁ

କେନ୍ୟୁଜ୍: ସୁନା ଆଣି ସ୍ୱଦେଶ ଫେରିଲେ ସୁନା ଝିଅ ପି. ଭି. ସିନ୍ଧୁ । ଗତକାଲି ବିଳମ୍ବିତ ରାତିରେ ସିନ୍ଧୁ ସ୍ୱିଜରଲାଣ୍ଡରୁ ଭାରତ ଫେରିଛନ୍ତି । ବିମାନ ବନ୍ଦରରେ ସିନ୍ଧୁଙ୍କୁ ସ୍ୱାଗତ କରାଯାଇଥିଲା । ଦେଶ ପାଇଁ ଏପରି ଆହୁରି ମେଡାଲ ଜିତିବାକୁ ଆଶା ରଖିଥିବା କହିଛନ୍ତି ସିନ୍ଧୁ । ଆଜି ସିନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ସ୍ୱିଜରଲ୍ୟାଣ୍ଡରେ ଅନୁଷ୍ଠିତ ବିଶ୍ୱ ବ୍ୟାଡମିଣ୍ଟନ ସିଙ୍ଗଲ୍‌ସ ଚାମ୍ପିଅନସିପର୍‌ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ସିନ୍ଧୁ । ପ୍ରଥମ ଭାରତୀୟ ଖେଳାଳି ଭାବେ ସିନ୍ଧୁ ଏହି ସଫଳତା ହାସଲ କରିଛନ୍ତି । ମହିଳା ସିଙ୍ଗଲ୍‌ସ ଫାଇନାଲରେ ଜାପାନର ନୋଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ ସେଟରେ ସିଧାସଳଖ ପରାସ୍ତ କରିଥିଲେ । ପରେ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁଙ୍କୁ ଭେଟିଛନ୍ତି ସିନ୍ଧୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.