ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ, ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇଲା

ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ଟିମ୍‌ । ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ। ଆଜି ସେମିଫାଇନାଲ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୨୦ ଓଭରରେ ୩ ଓ୍ଵିକେଟ ହରାଇ ୧୫୨ ରନ୍‌ କରିଥିଲା। ପାକିସ୍ତାନ ଆଗରେ ୧୫୩ ରନର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ ।

ଏହାକୁ ପିଛା କରି ପାକସ୍ତାନ ଟିମ୍‌ ପଡିଆକୁ ଓହ୍ଲାଇଥିଲା। ଆଉ ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ୧୦୫ ରନର ଭାଗିଦାରିତା କରିଥିଲେ। ଦଳୀୟ ସ୍କୋର ୧୦୫ ଥିବା ବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ ବାବର ଆଜମ। ସେ ୪୨ ବଲରେ ୫୩ ରନ୍‌ କରି ଆଉଟ୍‌ ହୋଇଥିଲେ। ବାବର ଆଉଟ୍‌ ହେବା ପରେ ମହମ୍ମଦ ରିଜଓ୍ଵାନଙ୍କ ସହିତ ସାଥି ଦେବାକୁ ଆସିଥିଲେ ମହମ୍ମଦ ହ୍ୟାରିସ। ସେହିପରି ମହମ୍ମଦ ରିଜଓ୍ଵାନ ୪୩ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ମହମ୍ମଦ ହ୍ୟାରିସ ୨୬ ବଲରେ ୩୦ ରନ କରି ଆଉଟ୍‌ ହୋଇଥିଲେ ।

pak vs nz
Photo credit” Republic World

ଦଳ ପକ୍ଷରୁ ମିଚେଲ୍ ଏବଂ ଓ୍ଵିଲିୟମସନଙ୍କ ଭାଗିଦାରୀରେ ୬୮ ରନ୍ ଯୋଡ଼ି ଥିବା ବେଳେ ନିଶାମ ସହିତ ନାବାଦ ୩୫ ରନ୍ ଯୋଡ଼ିଥିଲେ । ମିଚେଲ୍ ୩୫ ବଲରେ ୩ଟି ଚୌକା ସହ ଗୋଟିଏ ଛକା ମାରି ୫୩ ରନର ଶାନନ୍ଦାର ପାଳି ଖେଳିଥିଲେ । ଅନ୍ୟପଟେ ପାକିସ୍ତାନ ବୋଲର୍ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସାହିଦ୍ ଆଫ୍ରିଦୀ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ ।

ଏହି ବିଜୟ ସହିତ ପାକିସ୍ତାନ ଫାଇନାଲକୁ ଯାଇଛି। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଯିଏ ଜିତିବ ସିଏ ପାକିସ୍ତାନ ସହିତ ଫାଇନାଲ ଖେଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.