ପାକିସ୍ତାନ ଘୋଷଣା କଲା ବିଶ୍ୱ କପ୍ ଟିମ୍, ଅଧିନାୟକ ରହିଲେ ବାବର
ଆଗାମୀ ଆଇସିସି ବିଶ୍ୱକପ୍ ପାଇଁ ପାକିସ୍ତାନ ତାର ଦଳ ଘୋଷଣା କରିଛି ।

ଲାହୋର : ଆଗାମୀ ଆଇସିସି ବିଶ୍ୱକପ୍ ପାଇଁ ପାକିସ୍ତାନ ତାର ଦଳ ଘୋଷଣା କରିଛି । ବାବର ଆଜମ ଦଳର ଅଧିନାୟକ ରହିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ମୁଖ୍ୟ ଇଞ୍ଜାମାମ ଉଲ୍ ହକ୍ ଆଜି ଖେଳାଳି ତାଲିକା ଘୋଷଣା କରିଛନ୍ତି । ମୋଟ ୧୦ଟି ଦଳ ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏପର୍ଯ୍ୟନ୍ତ ୮ଟି ଟିମ୍ ଖେଳାଳି ଚୂଡ଼ାନ୍ତ ୧୫ ଜଣିଆ ତାଲିକା ଘୋଷଣା କରି ସାରିଥିବା ବେଳେ କେବଳ ବାଂଲାଦେଶ ଏବଂ ଶ୍ରୀଲଙ୍କା ଦଳ ଘୋଷଣା କରିବା ବାକି ଅଛି ।
ପାକିସ୍ତାନ ତାର ଅଭ୍ୟାସ ମ୍ୟାଚ୍ ସେପଟେମ୍ବର ୨୯ ତାରିଖରେ ଖେଳିବ । ଅକଟୋବର ୫ ତାରିଖରୁ ଭାରତରେ ବିଶ୍ୱ କପ୍ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟ ନାଭମ୍ବର ୧୯ ତାରିଖରେ ଶେଷ ହେବ ।
ପାକିସ୍ତାନ ଦଳ : ବାବର ଆଜମ (ଅଧିନାୟକ), ସଦାବ ଖାନ୍ (ଉପଅଧିନାୟକ), ଅବଦୁଲ୍ଲା ସଫିକ, ଫକର ଜମନ, ହରିଶ ରଉଫ, ହାସନ ଅଲୀ, ଇଫତିକାର ଅହମଦ, ଇମାମ ଉଲ୍ ହକ, ମହମ୍ମଦ ନଓ୍ଵାଜ, ମହମ୍ମଦ ରିଜଓ୍ଵନ, ମହମ୍ମଦ ଓ୍ଵାସିମ ଜୁନିୟର, ସଲମନ ଆଘା, ସଉଦ ସକିଲ, ସାହିନ ଶାହ ଆଫ୍ରିଦି, ଉସମାନ ମୀର । ଅତିରିକ୍ତ ଖେଳାଳି-ମହମ୍ମଦ ହାରିସ୍, ଇବ୍ରାର ଅହମଦ, ଜମନ ଖାନ୍ ।