ଶୂନରେ ଆଉଟ ହୋଇ ବି ରିଲାକ୍ସ ଭାବେ ଖାଉଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ଖେଳାଳି, ଭିଡିଓ ଦେଖିବା ପରେ ଫ୍ୟାନ କଲେ ଏମିତି ଟ୍ରୋଲ

ଆଇପିଏଲ୍‌ ୨୦୨୦ ସିଜିନ୧୩ରେ ଏବେ ପ୍ଲେ ଅଫ ମ୍ୟାଚ ପାଇଁ ଚାଲିଛି ଜୋରଦାର ଟକ୍କର। କିଏ ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଶୀର୍ଷରେ ପହଞ୍ଚିବ, ତାହାକୁ ନେଇ ଏବେ ଅଣ୍ଟା ଭିଡିଛନ୍ତି ସବୁ ଟିମ୍‌। ଏଭଳି ସ୍ଥିତିରେ ସବୁ ଦଳର ଖେଳାଳି ଶାନ୍ତିରେ ଟିକେ ଖାଇପାରୁନାହାନ୍ତି। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ପୃଥ୍ଵୀ ଶ’ ଶୂନ୍ୟରେ ଆଉଟ ହୋଇ ମଧ୍ୟ କିଭଳି ଖୁସିରେ ଖାଇପାରୁଛନ୍ତି, ତାହାର ଏକ ଭିଡିଓ ଭାଇରଲ ହୋଇଥିଲା। ଯାହା ପରେ ପୃଥ୍ଵୀ ଶ’କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଥିଲା। ଏହି ମ୍ୟାଚରେ ଦିଲ୍ଲୀକୁ ଚେନ୍ନାଇ ୧୮୦ ରନର ଟାର୍ଗେଟ ଦେଇଥିଲା। ଯାହାକୁ ପିଛା କରି ଦିଲ୍ଲୀ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା। ପୃଥ୍ଵୀ ଶ’ ଇନିଂସ ଓପିନିଂ କରିଥିଲେ ସତ କିନ୍ତୁ ଦୀପକ ଚହରଙ୍କ ବଲରେ କିଛି ରନ ନକରି ଆଉଟ୍‌ ହୋଇଯାଇଥିଲେ। ପରେ ଶିଖର ଧଓ୍ଵନ ଆସି ମ୍ୟାଚକୁ ସମ୍ଭାଳିଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ପୃଥ୍ଵୀ ଶ’ ଶୂନରେ ଆଉଟ ହୋଇ ମଧ୍ୟ ତାଙ୍କ ମୁହଁରେ କିଛି ବି ଚିନ୍ତା ଜଣାପଡୁନଥିଲା। ସେ ପ୍ୟାଭିଲିଅନରୁ ଫେରି ଡ୍ରେସିଂ ରୁମ୍‌ରେ ଆରାମରେ ବସି ଖାଉଥିବାର ଭିଡିଓ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରଲ ହେବା ପରେ ପୃଥ୍ଵୀ ଶ’ଙ୍କୁ ଫ୍ୟାନମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ।

ସୂଚନାଯୋଗ୍ୟ, ପୃଥ୍ଵୀ ଶ’ ଅଧିନାୟକତ୍ୱରେ ଅଣ୍ଡର-୧୯ ବିଶ୍ୱକପ୍‌ ଜିତିଥିଲା ଭାରତ। କିନ୍ତୁ ଚଳିତ ଆଇପିଏଲ୍‌ରେ ମ୍ୟାଚରେ ବେଶ୍‌ କିଛି କମାଲ କରିପାରିନାହାନ୍ତି ପୃଥ୍ଵୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.