ଆଜି ଆଇପିଏଲରେ ରାଜସ୍ଥାନ ଠାରୁ ୩ ଉଇକେଟରେ ହାରିଗଲା ଦିଲ୍ଲୀ

ମୁମ୍ବାଇ : ଏଥର ଆଇପିଏଲ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ କଷ୍ଟ ଓ ବୋଲରଙ୍କ ପାଇଁ ସହଜ ହେଉଥିବା ଦେଖିବାକୁ ମିଳୁଛି । ଉଭୟ ଚେନ୍ନାଇ ଓ ମୁମ୍ବାଇ ପିଚ୍‌ରେ ବଡ଼ ସ୍କୋର ହେଉ ନାହିଁ । ଏହି ପରିପ୍ରେକ୍ଷୀରେ ଆଜି ମୁମ୍ବାଇ ଓ୍ଵଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଛି ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ମ୍ୟାଚ୍‌ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିଛି ରାଜସ୍ଥାନ ରୟାଲ୍‌ସ । ଶେଷ ଓଭରରେ ଦରକାର ଥିଲା ୧୨ ରନ । ରାଜସ୍ଥାନ ପକ୍ଷରୁ ମୋରିସ ୩୬ ଓ ଉନାଦକଟ ୧୧ ରନ କରି ଅପରାଜିତ ରହି ଦଳକୁ ଜିତାଇ ଦେଇଥିଲେ । ପୂର୍ବରୁ ଡେଭିଡ ମିଲର ୬୨ ରନ କରିଥିଲେ । ରାଜସ୍ଥାନ ୧୯.୪ ଓଭରରେ ୧୫୦ ରନ କରିଥିଲା।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୮ ଓ୍ଵିକେଟ୍‌ରେ ୧୪୭ ରନ୍‌ କରିଥିଲା । ରାଜସ୍ଥାନ ପକ୍ଷରୁ ବୋଲର ଉନାଦକଟ ଆରମ୍ଭରୁ ୩ଟି ପ୍ରମୁଖ ଓ୍ଵିକେଟ୍‌ ନେଇ ଦିଲ୍ଲୀକୁ ବଡ଼ ଝଟ୍‌କା ଦେଇଥିଲେ । ଅଧିନାୟକ ଋଷଭ ପନ୍ତ ୩୨ ବଲ୍‌ରେ ୫୧ ରନ୍‌ କରି ଦଳକୁ ରକ୍ଷା କରିଥିଲେ । ଶେଷ ଭାଗ ବ୍ୟାଟ୍‌ସମ୍ୟାନ୍‌ଙ୍କ ଅଳ୍ପ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁଁ ବହୁ କଷ୍ଟରେ ଦିଲ୍ଲୀ ୨୦ ଓଭର୍‌ରେ ଓ୍ଵିକେଟ୍‌ ହରାଇ ରନ୍‌ କରିଥିଲା ।

SCORE-1

SCORE-2

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.