ରାଜସ୍ଥାନ ରୟାଲସର ଦମଦାର ବିଜୟ, ୬୧ ରନରେ ସନରାଜର୍ସ ହ୍ରାଇଦ୍ରବାଦକୁ କଲା ପରାସ୍ତ

ରାଜସ୍ଥାନ ରୟାଲସର ଦମଦାର ବିଜୟ । ୬୧ ରନରେ ସନରାଜର୍ସ ହ୍ରାଇଦ୍ରବାଦକୁ ପରାସ୍ତ କଲା ରାଜସ୍ଥାନ ରୟାଲସ । ଏଥିସହ ସଞ୍ଜୁ ସାମସନଙ୍କ ଦଳ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି । ରାଜସ୍ଥାନ ରୟାଲସ୍‌ ଟପ୍‌ ଫାଇଭ ବ୍ୟାଟର ଜୋସ୍‌ ବଟଲର, ଜଶସ୍ୱୀ ଜୟଶ୍ୱାଲ ସଙ୍ଜୁ ସାମସନ, ଦେବଦତ୍ତ ପାଡିକଲ, ହେଟମାୟର ଭଲ ଷ୍ଟ୍ରାଇକ ରେଟକୁ ୧୦ ଉପରେ ରଖିଥିଲେ।

ରାଜସ୍ଥାନ ରୟାଲସ ୨୧୦ରନର ଟାର୍ଗେଟ ଦେଇଥିଲା । ସଞ୍ଜୁ ସାମସନ ସର୍ବାଧିକ ୫୫ ରନ କରିଥିଲେ । ହାଇଦ୍ରବାଦ ପକ୍ଷରୁ ଓ୍ଵାସିଂଟନ ସୁନ୍ଦର ୩ଟି ଓ୍ଵିକେଟ ହାତେଇଥିଲେ । ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୭ ଓ୍ଵିକେଟ ହରାଇ ମାତ୍ର ୧୪୯ ରନ କରିପାରିଥିଲା । ମର୍କରାମ ଅପରାଜିତ ୫୭ ରନ କରିଥିଲେ । ଯୁଝୁବେନ୍ଦ୍ର ଚହଲ ୩ଟି ଓ୍ଵିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲଟ ଓ ପ୍ରସିଦ୍ଧ କ୍ରିଷ୍ଣ ୩ଟି ଲେଖାଏଂ ୱିକେଟ ନେଇଥିଲେ। ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.