ରାଜସ୍ଥାନ ରୟାଲ୍ସର ରୋମାଞ୍ଚକ ବିଜୟ, ମାତ୍ର ୨ ରନରେ ପଞ୍ଜାବ କିଙ୍ଗସ ଧୂଳି ଚଟାଇଲା

ରାଜସ୍ଥାନ ରୟାଲ୍ସର ରୋମାଞ୍ଚକ ବିଜୟ। ୧୯ ଓଭର ପର୍ଯ୍ୟନ୍ତ ବିଜୟର ଦ୍ଵାର ଦେଶରେ ଥିବା ପଞ୍ଜାବ କିଙ୍ଗ୍ସ ଶେଷ ଓଭରରେ ଆଉ ମାତ୍ର ୪ ରନ ମଧ୍ୟ ସଂଗ୍ରହ କରିପାରିନଥିଲା। ଆଉ ଜିତିବା ମ୍ୟାଚ୍‌କୁ ହାତଛଡା କଲା ପଞ୍ଜାବ। ଶେଷ ଓଭରରେ କାର୍ତ୍ତିକ ତ୍ୟାଗି ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍‌ର ମଙ୍ଗ ରାଜସ୍ଥାନ ଆଡକୁ ମୋଡିବା ସହ ଦଳକୁ ବିଜୟୀ କରାଇଛନ୍ତି। ଆଉ ରୋମାଞ୍ଚକର ମୁକାବିଲାରେ ବାଜି ମାରିନେଲା ରାଜସ୍ଥାନ ରୟାଲ୍ସ।

ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୩୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପଞ୍ଜାବ କିଙ୍ଗ୍ସକୁ ୨ ରନରେ ପରାସ୍ତ କରି ଅବିଶ୍ଵସନୀୟ ବିଜୟ ହାସଲ କରିଛି। ଅନ୍ୟପଟେ ମୟଙ୍କ ଅଗ୍ରଓ୍ଵାଲଙ୍କ ୬୭ ରନ ଓ ରାହୁଲଙ୍କ ୪୯ ରନ ହାସଲ କରିଥିଲେ। ପଞ୍ଜାବ କିଙ୍ଗ୍ସ ୪ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୮୩ ରନ କରି ପାରିଥିଲା। ମୟଙ୍କ ଅଗ୍ରଓ୍ଵାଲ(୬୭) ଓ କେଏଲ ରାହୁଲ(୪୯) ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ ମଧ୍ୟ ଦଳ ଶେଷ ଓଭରରେ ପରାଜିତ ହୋଇଛି।

୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ କିଙ୍ଗ୍ସର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦମଦାର ଆରମ୍ଭ କରିଥିଲେ। କିନ୍ତୁ ଶେଷରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୩ ରନ କରି ବିଜୟଠୁ ୨ ରନ ଦୂରରେ ରହିଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.