ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ, ବେପାରୀ ଗିରଫ
ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବନ୍ଧୁକ ବେପାର। ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ କରିଛି ଭରତପୁର ଥାନା ପୋଲିସ। ଚୋରା କାରବାର ଅଭିଯୋଗରେ ଜଣେ ବନ୍ଧୁକ ବେପାରୀକୁ ମଧ୍ୟ ଗିରଫ କରାଯାଇଛି।
ଭରତପୁର ଜିଏ କଲୋନୀ ନିକଟରୁ ତାକି ଗିରଫ କରାଯାଇଛି। ତା ନିକଟରୁ ବନ୍ଧୁକ, ୫ ରାଉଣ୍ଡ ଗୁଳି ସହ ୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଲୁଟ୍ କରିବା ପାଇଁ ଯୋଜନା ଚାଲିଥିବାବେଳେ ଚୋରା ବନ୍ଧୁକ ବେପାରୀକୁ କାବୁ କରିଥିଲା ପୋଲିସ।