ପାକିସ୍ତାନ ଏସିଆ କପ୍ ଫାଇନାଲ ହାରିବା ପରେ ରାଗିଗଲେ ରମିଜ ରାଜା, ଛଡାଇନେଲେ ସାମ୍ବାଦିକଙ୍କ ଫୋନ: ଭିଡିଓ ଭାଇରଲ

ଏସିଆ କପ୍ ୨୦୨୨ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ହରାଇ ଟାଇଟଲ ବାଜି ମାରିନେଲା ଶ୍ରୀଲଙ୍କା। ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ହରାଇଲା। ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍ ଜିତି ୬ ଷଷ୍ଠଥର ପାଇଁ ଟାଇଟଲ ନିଜ ନାମରେ କରିଛି। ଶ୍ରୀଲଙ୍କା ଟିମ୍ ପ୍ରଥମ ମ୍ୟାଚ ଆଫଗାନିସ୍ତାନ ହାରିଥିଲା। କିନ୍ତୁ ଲଗାତାର ଭାବେ ୫ଟି ମ୍ୟାଚ୍ ଜିତି ଏସିଆ କପ୍ ଟାଇଟଲ ହାସିଲ କରିଛି। ପାକିସ୍ତାନ ଟିମ୍ ମ୍ୟାଚ୍ ହାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ଷ୍ଟାଡିୟମ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥା ହୋଇଥିଲେ। ଆଉ ଏହି ସମୟରେ ହାରିବାର ରାଗ ଏତେ ଥିଲା ଯେ, ସର୍ବସାଧାରଣ ସ୍ଥାନରେ ନିଜ ନିୟନ୍ତ୍ରଣ ହରାଇଥିଲେ। ରାଗରେ ହାତ ଉଠାଇଥିବା ଦେଖିବାକୁ ମିଳିଥିଲେ।
ଖବର ମୁତାବକ, ଏହି ମ୍ୟାଚରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଟିମ୍କୁ ପ୍ରଥମରୁ ଭଲ ସଫଳତା ମିଳିଥିଲା। ଶ୍ରୀଲଙ୍କା ପକ୍ଷରୁ ଭାନୁକ ରାଜପକ୍ଷେ(୭୧*) ରନ, ଭାନିନ୍ଦୁ ହସରଙ୍ଗା(୩୬), ଚାମିକା କରୁଣାରତ୍ନେ (୧୪) ରନ୍ କରି ଏକ ବଡ ସ୍କୋର କରିଥିଲେ। ମ୍ୟାଚ୍ ସରିବା ପରେ ଜଣେ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଏହି ସମୟରେ ରମିଜ ରାଜା ରାଗି ପ୍ରତିନିଧିଙ୍କ ଫୋନ ଛଡାଇଆଣିଥିଲେ। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି।
क्या मेरा सवाल ग़लत था – क्या पाकिस्तान के फ़ैन नाखुश नहीं है – ये बहुत ग़लत था एक बोर्ड के चेयरमैन के रूप में – आपको मेरा फ़ोन नहीं छीनना चाहिये था – that’s not right Mr Chairman Taking my phone was not right @TheRealPCB @iramizraja #PAKvSL #SLvsPAK pic.twitter.com/tzio5cJvbG
— रोहित जुगलान Rohit Juglan (@rohitjuglan) September 11, 2022
ରମିଜ ରାଜାଙ୍କ ଏପରି ବ୍ୟବହାରର କ୍ରିକେଟ ଫ୍ୟାନ୍ସ ନିରାଶ ହୋଇଛନ୍ତି। ମ୍ୟାଚ୍ ହାରିବା ପରେ ଫ୍ୟାନ୍ସଙ୍କ ମିଜାଜ୍ ଏପରି ରହିବା ସ୍ୱାଭାବିକ। କିନ୍ତୁ କ୍ରିକେଟ ବୋର୍ଡ ଅଧ୍ୟକ୍ଷଙ୍କ ଏପରି ବ୍ୟବହାର ନିନ୍ଦନୀୟ ବୋଲି ଚର୍ଚ୍ଚା ଚାଲିଛି।
ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବିରୋଧରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍ରେ ୧୭୦ ରନ୍ ସଂଗ୍ରହ କରିଥିଲା। ଏହାର ପ୍ରତି ଜବାବରେ ପାକିସ୍ତାନ ଟିମ୍ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୭ ରନ୍ କରିଥିଲା। ମହମ୍ମଦ ରିଜୱାନ୍ ପାକିସ୍ତାନ୍ ଟିମ୍ ପାଇଁ ସର୍ବାଧିକ ୫୧ ରନ୍ କରିଥିଲେ। ସେହିପରି ଶ୍ରୀଲଙ୍କା ପାଇଁ ପାଇଁ ପ୍ରମୋଦ ମଦୁଶନ୍ ୪ ୱିକେଟ୍ ହସରଙ୍ଗା ୩ ଓ ଚମିକା ୨ ୱିକେଟ୍ କରିଥିଲେ। ଶ୍ରୀଲଙ୍କା ଓ ପାକିସ୍ତାନର କ୍ରିକେଟ୍ ଟିମ୍ ଏସିଆ କପ୍ର ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ। ଏହା ପୂର୍ବରୁ ଏହି ୨ ଟିମ୍ ଭିତରେ ତିନିଥର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଶ୍ରୀଲଙ୍କା ଦୁଇଥର ଓ ପାକିସ୍ତାନ ଥରେ ଜିତିଥିଲା।
Also Read : ଓ୍ଵିକେଟ ଯିବାରୁ ଆଫଗାନୀ ବୋଲରଙ୍କୁ ବ୍ୟାଟ ଉଠାଇଥିଲେ ଆସିଫ ଅଲ୍ଲୀ, ଧକ୍କା ମଧ୍ୟ ମାରିଥିଲେ : ଦେଖନ୍ତୁ ଭିଡିଓ