ଦୁର୍ଘଟଣା ଅନୁଭୂତି ବଖାଣିଲେ ରିଷଭ ପନ୍ତ, ‘ଦୁନିଆରୁ ମୋ ସମୟ ଶେଷ ହୋଇଯାଇଥିବା ଭଳି ଲାଗିଥିଲା ’

ପନ୍ତ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଜୀବନରେ ପ୍ରଥମ ଥର ପାଇଁ ମୋତେ ଏମିତି ଲାଗିଥିଲା କି, ଦୁନିଆରେ ମୋ ସମୟ ଶେଷ ହୋଇଯାଇଛି । ଦୁର୍ଘଟଣା ସମୟରେ ମୋର କ୍ଷତି କ’ଣ ହୋଇଛି, ମୋତେ ଜଣାଥିଲା କିନ୍ତୁ ମୁଁ ଭାଗ୍ୟଶାଳୀ ଥିଲି ୟାଠୁ ଅଧିକ ଗୁରୁତର ମଧ୍ୟ ହୋଇପାରିଥାନ୍ତା ।

ଭାରତୀୟ ଟିମର ଓ୍ଵିକେଟ କିପର ରିଷଭ ପନ୍ତ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ନିଜର ଅନୁଭବ ବଖାଣିଛନ୍ତି । ୨୦୨୨ ଡିସେମ୍ବର ୩୦ ତାରିଖରେ ରିଷଭ ଘରକୁ ଫେରୁଥିବା ବେଳେ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ହେବା ବେଳେ ତାଙ୍କୁ ଏଭଳି ଲାଗିଥିଲା ଯେମିତି ଦୁନିଆରୁ ତାଙ୍କ ସମୟ ଶେଷ ହୋଇଯାଇଛି ବୋଲି କହିଛନ୍ତି ପନ୍ତ ।

ପନ୍ତ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଜୀବନରେ ପ୍ରଥମ ଥର ପାଇଁ ମୋତେ ଏମିତି ଲାଗିଥିଲା କି, ଦୁନିଆରେ ମୋ ସମୟ ଶେଷ ହୋଇଯାଇଛି । ଦୁର୍ଘଟଣା ସମୟରେ ମୋର କ୍ଷତି କ’ଣ ହୋଇଛି, ମୋତେ ଜଣାଥିଲା କିନ୍ତୁ ମୁଁ ଭାଗ୍ୟଶାଳୀ ଥିଲି ୟାଠୁ ଅଧିକ ଗୁରୁତର ମଧ୍ୟ ହୋଇପାରିଥାନ୍ତା ।

ମୋତେ କେହି ଜଣେ ବଞ୍ଚାଇଦେଇଥିଲେ । ଡାକ୍ତରଙ୍କୁ ପଚାରିଥିଲି, ଠିକ୍‌ ହେବାକୁ କେତେ ସମୟ ଲାଗିବ । ଡାକ୍ତର ମୋତେ ୧୬ରୁ ୧୮ ମାସ ଲାଗିବ ବୋଲି କହିଥିଲେ । ତେଣୁ ଏଥିରୁ ବାହାରିବା ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଜାଣିଥିଲି ।

ଦୁର୍ଘଟଣାରେ ପନ୍ତଙ୍କ ଡାହାଣ ଗୋଡର ଲିଗାମେଣ୍ଟ ଫାଟିଯାଇଥିଲା । ମୁହଁ ମଧ୍ୟ ଫାଟିଯାଇଥିଲା । ସେବେଠାରୁ ରିଷଭ ଏବେ ଯାଏ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି । ବେଳେ ବେଳେ ଅଭ୍ୟାସ ପାଇଁ ମଇଦାନରେ ନଜର ଆସୁଛନ୍ତି । ତେବେ ଚଳିତବର୍ଷ ଆଇପିଏଲକୁ ଫେରିପାରନ୍ତି ରିଷଭ ପନ୍ତ ।

ପନ୍ତ ଏପର୍ଯ୍ୟନ୍ତ ୩୩ଟି ଟେଷ୍ଟ ମ୍ୟାଚରେ ୨୨୭୧ ରନ୍‌ କରିଛନ୍ତି । ଏଥିରେ ୫ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି । ସେହିପରି ୬୬ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୯୮୭ ରନ୍‌ କରିଥିବା ବେଳେ ୩୦ଟି ଦିନିକିଆରେ ୮୬୫ ରନ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଗତବର୍ଷ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ । ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.