ରାଗି ଯାଇ ବ୍ୟାଟରଙ୍କୁ ପ୍ୟାଭିଲିଅନ ଡାକିଲେ ପନ୍ତ, ତେଣୁ କୁଲଦୀପଙ୍କୁ ଚାପୁଡା ମାରିଲେ ଚହଲ: ଦେଖନ୍ତୁ ଭିଡିଓ

ଆଇପିଏଲ୍‌ ୨୦୨୨ ସିଜିନରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଟିମ୍‌ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ ଟିମ୍‌ର ଅଧିନାୟକ ଋଷଭ ପନ୍ତଙ୍କ ରାଗ ମୁଣ୍ଡ ଉପରକୁ ଚଢିଯାଇଥିଲା। ଯାହାର ଭିଡିଓ ଦେଖିବାକୁ ମିଳିଥିଲା। ଏହା ପରେ ୟଜୁବେନ୍ଦ୍ର ଚହଲ କୁଲଦୀପ ଯାଦବଙ୍କୁ ରାଗରେ ଚାପୁଡା ମାରିଥିଲେ।

ଏହି ମ୍ୟାଚରେ ରାଜସ୍ଥାନ ଟିମ୍‌ ଦିଲ୍ଲୀକୁ ୨୨୩ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଶେଷ ଓଭରରେ ୩୬ ରନ ଦରକାର କରୁଥିଲା ଦିଲ୍ଲୀ ଟିମ୍‌। ଶେଷ ଓଭର ମେକାୟ କରିଥିଲେ। ସେତେବେଳେ କ୍ରିଜରେ ରାଓ୍ଵମେନ ପାଓ୍ଵଲ ଏବଂ କୁଲଦୀପ ଯାଦବ ରହିଥିଲେ। ରାଓ୍ଵମେନ ମେକାୟଙ୍କ ପ୍ରଥମ ୩ଟି ବଲ୍‌ରେ ୩ଟି ଛକା ମାରିଥିଲେ। ୩ୟ ବଲ୍‌କୁ ବିରୋଧ କରି ପନ୍ତ ଅଣ୍ଟା ଉପରକୁ ବଲ୍‌ ଯାଇଛି ବୋଲି ନୋ ବଲ୍‌ ବୋଲି କହିଥିଲେ। କିନ୍ତୁ ଅମ୍ପାୟର କିଛି ବି ନିଷ୍ପତ୍ତି ନେଇନଥିଲେ। ଆଉ ଅମ୍ପାୟରଙ୍କ ଏପରି ନିଷ୍ପତ୍ତିରେ ରାଗିଯାଇଥିଲେ ପନ୍ତ ଏବଂ ବ୍ୟାଟରକୁ ପ୍ୟାଭିଲିଅନ ଫେରିଯିବାକୁ ସଂକେତ ଦେଇଥିଲେ। ଏହି ସମୟରେ ରାଜସ୍ଥାନ ଟିମର ଲେଗ୍‌ ସ୍ପିନର ୟଜୁବେନ୍ଦ୍ର ଚହଲ ମଝିରେ ଠିଆ ହୋଇଗଲେ ଆଉ କାହାକୁ ଯିବାକୁ ଦେଲେ ନାହିଁ।

ଅଧିନାୟକ ପନ୍ତ ଡାକିବା ପରେ କୁଲଦୀପ ପଡିଆ ଛାଡି ଯାଉଥିବା ବେଳେ ଚହଲ ତାଙ୍କୁ ରୋକିଥିଲେ। ଆଉ କୁଲଦୀପ ମାନିନଥିଲେ ବୋଲି ଚହଲ ତାଙ୍କୁ ମଜାକିଆ ଅନ୍ଦାଜରେ ଥପ୍ପଡ ମଧ୍ୟ ମାରିଥିଲେ। ଏହାକୁ ଦେଖି ସମସ୍ତେ ହସୁଥିଲେ।

ଏହି ମ୍ୟାଚରେ ରାଜସ୍ଥାନ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨ ଓ୍ଵିକେଟ ହରାଇ ୨୨୨ ରନ୍‌ କରିଥିଲା।  ବଟଲରଙ୍କ ବିସ୍ଫୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନରେ ହରାଇଛି । ପଞ୍ଚମ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନକୁ ଉଠିଛି ।

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨ ଓ୍ଵିକେଟ ହରାଇ ୨୨୨ ରନର ବିଶାଳ ସ୍କୋର କରିଥିଲା । ଚଳିତ ସିଜିନରେ ଏହା ସର୍ବୋଚ୍ଚ ସ୍କୋର । ବଟଲର ୬୫ ବଲରେ ୧୧୬ ରନ କରିଥିଲେ । ସଞ୍ଜୁ ସାମସନ ୧୯ ବଲରୁ ୪୬ ରନ କରିଥିଲେ । ଜବାବରେ ଦିଲ୍ଲୀ ୮ ଓ୍ଵିକେଟ ହରାଇ ୨୦୭ ରନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.