ବ୍ରୋଞ୍ଜ ପଦକ ଜିତିବା ପରେ ରୁଷ ଖେଳାଳି ଦେଖାଇଲେ ‘Z’ ସଂକେତ, ହେଲେ ବ୍ୟାନ୍‌

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଛି। ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସମଗ୍ର ବିଶ୍ୱ ରୁଷକୁ ବିରୋଧ କରୁଛି। ଏପରି ସ୍ଥଳେ କିଛି ଲୋକ ରୁଷର ସପୋର୍ଟ ମଧ୍ୟ କରୁଛନ୍ତି। ରୁଷ ଜିମ୍ନାଷ୍ଟିସ ଇଓ୍ଵାନ କୁଲିୟାକ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ।

ଏହି ରୁଷ ଖେଳାଳି ଜଣକ ପୋଡିୟମରେ ୟୁକ୍ରେନ ଖେଳାଳି ଇଲିୟା କୋବତୁନଙ୍କ ପାଖରେ ଠିଆ ହେବା ବେଳେ ନିଜ ଛାତିରେ ଯୁଦ୍ଧର ପ୍ରତୀକ ଚିହ୍ନ ‘Z’ ଲଗାଇଥିବା ନଜର ଆସିଛନ୍ତି। ୟୁକ୍ରେନରେ ରୁଷ ବାହାନ ଉପରେ ମଧ୍ୟ ଏହି ଚିହ୍ନ ଦେଖିବାକୁ ମିଳିଥିଲା। ଏହି ଚିହ୍ନ ରୁଷ ଆକ୍ରମଣକୁ ସମର୍ଥନ କରିବାର ପ୍ରତୀକ। କାତାରରେ ଆୟୋଜିତ ପ୍ରତିଯୋଗିତାକୁ କୋବତୁନର ପ୍ରତିଯୋଗୀ ସ୍ୱର୍ଣ୍ଣ ଏବଂ କୁଲିୟାକ ପ୍ରତିଯୋଗୀ କାଂସ୍ୟ ପଦକ ବିଜେତା ହୋଇଛନ୍ତି।

କୁଲିୟାକଙ୍କ ଏପରି ବ୍ୟବହାରରେ ଅର୍ନ୍ତରାଷ୍ଟ୍ରୀୟ ଜିମ୍ନାଷ୍ଟିକ ମହାସଂଘ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଯାଉଛି। ଏକ ବୟାନରେ ମହାସଂଘ କହିଛି କି, ଇଣ୍ଟରନ୍ୟାସନାଲ ଜିମ୍ନାଷ୍ଟିକ ଫେଡେରେସନ ଜିମ୍ନାଷ୍ଟିକ ଏଥିକ୍ସ ଫାଉଣ୍ଡେସନକୁ କୁଲିୟାକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ କହିବ।

କୁଲିୟାକ ୟୁକ୍ରେନ ଉପରେ ହେଉଥିବା ଯୁଦ୍ଧକୁ ସମର୍ଥନ କରୁଥିବା ପ୍ରଥମ ରୁଷ ଜିମ୍ନାଷ୍ଟିସ ନୁହନ୍ତି। ଗତ ସପ୍ତାହରେ ସ୍ୱେତଲାନା ଖେରକୀନା ଏହି ଚିହ୍ନକୁ ବ୍ୟବହାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.