କିଏ ହାତେଇବ IPL ଫାଇନାଲ ଟିକେଟ୍‌ ? କ୍ୱାଲିଫାୟର ୨ରେ ମୁହାଁମୁହିଁ ହେବେ ମୁମ୍ବାଇ-ଗୁଜରାଟ

କିଏ ହାତେଇବ IPL ଫାଇନାଲ ଟିକେଟ୍‌ ? ପୂର୍ବଥରର ଚାମ୍ପିଅନ ଗୁଜରାଟ ଟାଇଟନ୍ସ ନା ପାଞ୍ଚ ଥର ଆଇପିଏଲ ଟ୍ରଫି ହାତେଇଥିବା ମୁମ୍ବାଇ ଇଣ୍ଡିଆନ୍ସ । ଆଜି ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୱାଲିଫାୟର ୨ ମୁକାବିଲା ଖେଳାଯିବ । କ୍ୱାଲିଫାୟର ୧ରେ ଚେନ୍ନାଇ ଠାରୁ ପରାଜିତ ଗୁଜରାଟ ଟାଇଟନ୍ସ ପାଖରେ ଫାଇନାଲରେ ପ୍ରବେଶ ପାଇଁ ଆଉ ଏକ ସୁଯୋଗ ରହିଛି ।

(କେନ୍ୟୁଜ ): କିଏ ହାତେଇବ IPL ଫାଇନାଲ ଟିକେଟ୍‌ ? ପୂର୍ବଥରର ଚାମ୍ପିଅନ ଗୁଜରାଟ ଟାଇଟନ୍ସ ନା ପାଞ୍ଚ ଥର ଆଇପିଏଲ ଟ୍ରଫି ହାତେଇଥିବା ମୁମ୍ବାଇ ଇଣ୍ଡିଆନ୍ସ । ଆଜି ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୱାଲିଫାୟର ୨ ମୁକାବିଲା ଖେଳାଯିବ । କ୍ୱାଲିଫାୟର ୧ରେ ଚେନ୍ନାଇ ଠାରୁ ପରାଜିତ ଗୁଜରାଟ ଟାଇଟନ୍ସ ପାଖରେ ଫାଇନାଲରେ ପ୍ରବେଶ ପାଇଁ ଆଉ ଏକ ସୁଯୋଗ ରହିଛି ।

ସେହିପରି ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ କ୍ଵାଲିଫାୟର-୨ରେ ପ୍ରବେଶ କରିଛି । ଏଥିସହ ଷଷ୍ଠ ଥର ଆଇପିଏଲ୍‌ ଟ୍ରଫି ନିକଟତର ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । କ୍ୱାଲିଫାୟର ୨ର ବିଜେତା ରବିବାର ଫାଇନାଲରେ ଚେନ୍ନାଇକୁ ଭେଟିବ । ଆଇପିଏଲ ଲିଗ୍‌ ମ୍ୟାଚରେ ୧୦ଟି ମ୍ୟାଚ ଜିତି ୨୦ ଅଙ୍କ ସହ ପଏଣ୍ଟ ଟେବୁଲର ଟପ୍‌ରେ ରହିଛି ଗୁଜରାଟ ଟାଇଟନ୍ସ । ମୁମ୍ବାଇ ଇଣ୍ଡିଆନ୍ସ ୧୪ଟି ମ୍ୟାଚରୁ ୮ଟି ଜିତି ୧୬ ଅଙ୍କ ସହ ୪ ନମ୍ବର ସ୍ଥାନରେ ରହିଛି । ଏହି ସମୟରେ ଯଦି ଆଜିର ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଏ ତେବେ ପଏଣ୍ଟ ଟେବୁଲରେ ଟପ୍‌ରେ ଥିବା ଗୁଜରାଟ ଟାଇଟନ୍ସ ଫାଇନାଲରେ ନିଜ ସ୍ଥାନ ପକ୍କା କରିନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.