ମହିଳା କ୍ରିକେଟର ଶେଫାଳି ବର୍ମାଙ୍କ ପିଲାଦିନର ସ୍ୱପ୍ନ ହେଲା ସତ, କହିଲେ, ‘ପରିବାର ଲୋକେ ସଚିନ୍‌ ତେନ୍ଦୁଲକରଙ୍କୁ ପୂଜା କରନ୍ତି’

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ସବୁଠାରୁ ଯୁବ ସଦସ୍ୟ ଶେଫାଳି ବର୍ମାଙ୍କର ପିଲାଦିନର ସ୍ୱପ୍ନ ସୋମବାର ଅଷ୍ଟ୍ରେଲିଆରେ ପୂରା ହୋଇଛି। ସେ ନିଜ ଆଦର୍ଶ କ୍ରିକେଟର ତଥା ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କୁ ଭେଟିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

a2

୧୬ ବର୍ଷୀୟା ଶେଫାଳି ତେନ୍ଦୁଲକରଙ୍କ ସହ ଏକ ଫଟୋ କ୍ଲିକ୍‌ କରି ତାକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋ ସହିତ ସେ କ୍ୟାପ୍‌ସନ ଲେଖିଛନ୍ତି ଯେ ‘ସଚିନ୍‌ ସାର୍‌ଙ୍କ ଯୋଗୁ ମୁଁ ଏହି ଖେଳ ସହ ଜଡ଼ିତ ହେଲି। ମୋ ପୂରା ପରିବାର ନା କେବଳ ତାଙ୍କୁ ଆଦର୍ଶ ମାନନ୍ତି, ବରଂ ତାଙ୍କର ପୂଜା ମଧ୍ୟ କରନ୍ତି। ଆଜି ମୋ ପାଇଁ ଏକ ଖାସ୍‌ ଦିନ। କାରଣ, ମୁଁ ନିଜ ପିଲାଦିନର ନାୟକଙ୍କୁ ଭେଟିଲି। ଏହା ମୋ ପାଇଁ ସ୍ୱପ୍ନ ସତ ହେଲା ଭଳି ଲାଗୁଛି’।

ଗତ ନଭେମ୍ବରରେ ଶେଫାଳି ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଭାଙ୍ଗିଥିଲେ। ସେ େଓ୍ଵଷ୍ଟ୍‍ଇଣ୍ଡିଜ ବିପକ୍ଷରେ ୪୯ ବଲ୍‌ରୁ ୭୩ ରନ୍‌ କରି ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ କରିଥିବା ସବୁଠାରୁ କମ୍‌ ବୟସର ଭାରତୀୟ ହେବାର ସୌଭାଗ୍ୟ ଲାଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.