କରୋନା ମୁକାବିଲା ପାଇଁ ଅସହାୟ ଓ ଗରିବଙ୍କୁ ଖାଦ୍ୟ ସାମଗ୍ରୀ, ମାସ୍କ ବାଣ୍ଟିଲେ ସାହିଦ ଆଫ୍ରିଦି, ହରଭଜନ ସିଂ କହିଲେ ଏପରି କଥା

କରୋନା ଭାଇରସକୁ ରୋକିବା ପାଇଁ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଭାରତୀୟ ସ୍ପିନର ହରଭଜନ ସିଂ । ଏ ନେଇ ହରଭଜନ ବୁଧବାର ଏକ ଟୁଇଟ କରିଥିଲେ, ଯେଉଁଥିରେ ଲେଖିଥିଲେ, ମାନବତା ପାଇଁ ବହୁତ ଭଲ କାମ କରୁଛ। ଈଶ୍ୱର ଆମ ସମସ୍ତଙ୍କ ଉପରେ କୃପା କରନ୍ତୁ । ଆପଣଙ୍କୁ ଆହୁରି ଶକ୍ତି ମିଳୁ । ଦୁନିଆର ଭଲ ପାଇଁ ପ୍ରାର୍ଥନା କରୁଛି । 

ଏହା ଉପରେ ଆଫ୍ରିଦି କହିଥିଲେ, ମଣିଷପଣିଆ ସବୁଠାରୁ ବଡ । ଆପଣଙ୍କ ଭଲ କଥା ପାଇଁ ଧନ୍ୟବାଦ । ଏହି ସଙ୍କଟ ସମୟରେ ଦୁନିଆକୁ ଏକାଠି ହେବା ଉଚିତ। ଏହା ଆମର ସାମୂହିକ ଦାୟିତ୍ୱ। ଏହି ସମୟରେ ଗରିବ ଏବଂ ଅସହାୟଙ୍କୁ ଯେତେ ସମ୍ଭବ ସାହାଯ୍ୟ କରନ୍ତୁ । ଆଫ୍ରିଦି ମଙ୍ଗଳବାର ନିଜ ଟୁଇଟର ହ୍ୟାଣ୍ଡେଲରେ କିଛି ଫଟୋ ପୋଷ୍ଟ କରିଥିଲେ । ଏଥିରେ ସେ ଲୋକଙ୍କୁ ସାବୁନ, ଖାଦ୍ୟ ସାମଗ୍ରୀ ବାଣ୍ଟୁଥିବା ନଜର ଆସିଥିଲେ । ଏହାସହିତ କରୋନା ଭାଇରସକୁ ରୋକିବା ପାଇଁ କିଛି ଉପାୟ ବିଷୟରେ ମଧ୍ୟ କହୁଥିବା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.