ବିଶ୍ୱକପରେ ଶ୍ରୀଲଙ୍କା ଟିମ୍କୁ ବଡ ଝଟକା, ମାଂସପେଶୀରେ ଆଘାତ ଯୋଗୁଁ ଟିମରୁ ବାଦ୍ ପଡିଲେ ଦାସୁନ ସନକା
ଶ୍ରୀଲଙ୍କା ଟିମ୍ ଅଧିନାୟକ ଦାସୁନ ସନକା ବିଶ୍ୱକପ ଟିମରୁ ବାଦ୍ ପଡିଛନ୍ତି । ଦାସୁନ ସନକାଙ୍କ ଡାହାଣ ଜଙ୍ଘ ମାଂସପେଶୀରେ ଆଘାତ ଲାଗିବା ଯୋଗୁଁ ବିଶ୍ୱକପରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଟିମରେ ଚାମିକା କରୁଣାରତ୍ନେଙ୍କୁ ସାମିଲ କରାଯାଇଛି ।
ଦିନିକିଆ ବିଶ୍ୱକପ ମ୍ୟାଚ୍ ଚାଲୁଥିବା ବେଳେ ଶ୍ରୀଲଙ୍କା ଟିମକୁ ଝଟକା ଲାଗିଛି । ଟିମ୍ ଅଧିନାୟକ ଦାସୁନ ସନକା ବିଶ୍ୱକପରୁ ବାଦ୍ ପଡିଛନ୍ତି । ଦାସୁନ ସନକାଙ୍କ ଡାହାଣ ଜଙ୍ଘ ମାଂସପେଶୀରେ ଆଘାତ ଲାଗିବା ଯୋଗୁଁ ବିଶ୍ୱକପରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଟିମରେ ଚାମିକା କରୁଣାରତ୍ନେଙ୍କୁ ସାମିଲ କରାଯାଇଛି । ଟୁର୍ଣ୍ଣାମେଣ୍ଟ ଇଭେଣ୍ଟ ଟେକ୍ନିକାଲ କମିଟି ଶ୍ରୀଲଙ୍କା ଟିମରେ ଦାସୁନ ସନକାଙ୍କ ବଦଳରେ କରୁଣାରତ୍ନେଙ୍କୁ ମଞ୍ଜୁରୀ ଦେଇଛନ୍ତି ।
ଶ୍ରୀଲଙ୍କା ଟିମର ଅଧିନାୟକ ଦାସୁନ ସନକା ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳୁଥିବା ବେଳେ ଡାହାଣ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ ସପ୍ତାହ ଲାଗିବ । ଆଉ ଟିମରୁ ଅଧିନାୟକ ବାଦ୍ ପଡିବା ଟିମ୍ ପାଇଁ ଟେନସନ ହୋଇଯାଇଛି ।
ଆଇସିସି ବିଜ୍ଞପ୍ତି ଜାରି କରି କହିଛି, ଦାସୁନ ସନକା ୧୦ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳୁଥିବା ବେଳେ ଆହତ ହୋଇଥିଲେ । ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ଅତିକମରେ ୩ ସପ୍ତାହ ଲାଗିବ । ଫଳରେ ବିଶ୍ୱକପ ମ୍ୟାଚ ପାଇଁ ତାଙ୍କୁ ଅନ୍ୟ ବିକଳ୍ପ ଖୋଜିବାକୁ ହେବ । ଆଇସିସି ଟେକନିକ ସମିତି ୩୨ ବର୍ଷୀୟ ସନକାଙ୍କ ସ୍ଥାନରେ ଚାମିକା କରୁଣାରତ୍ନେଙ୍କୁ ଟିମରେ ସାମିଲ କରିବା ପାଇଁ ମଞ୍ଜୁରୀ ଦେଇଛି ।
ICYMI, Dasun Shanaka has been ruled out of #CWC23.
Details ⬇️https://t.co/7UdZtfnwZ1
— ICC Cricket World Cup (@cricketworldcup) October 15, 2023
ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରେ ୨ଟି ମ୍ୟାଚ୍ ହାରିସାରିଛି । ସନକା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୨ ବଲରେ ୬୮ ରନ୍ କରିଥିଲେ । ସେହିପରି କରୁଣାରତ୍ନେ ଏପର୍ଯ୍ୟନ୍ତ ୨୩ଟି ଦିନିକିଆ ଖେଳିଛନ୍ତି ।