ପୂର୍ବ ମ୍ୟାଚର ପ୍ରତିଶୋଧ ନେଲା ଶ୍ରୀଲଙ୍କା, ଆଫଗାନିସ୍ତାନକୁ ୪ ଓ୍ଵିକେଟରେ ହରାଇଲା

ଏସିଆ କପ୍‌ ୨୦୨୨ରେ ସୁପର ୪ ର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟ ଖେଳାଯାଉଥିଲା। ଶାରଜାହରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ୪ ଓ୍ଵିକେଟରେ ବିଜୟୀ ହୋଇଛି। ଆଫଗାନିସ୍ତାନକୁ ହରାଇ ସୁପର ୪ରେ ପ୍ରଥମ ବିଜୟ ହାସଲ କରିଛି ଶ୍ରୀଲଙ୍କା। ଏସିଆ କପ ୨୦୨୨ରେ ଆଫଗାନିସ୍ତାନ ଟିମକୁ ପ୍ରଥମେ ପରାଜୟର ସାମ୍ନା କରିବାକୁ ପଡିଛି।

ଶ୍ରୀଲଙ୍କା ଏହି ମ୍ୟାଚରେ ଆଫଗାନିସ୍ତାନକୁ ୪ ଓ୍ଵିକେଟରେ ହରାଇଛି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ସାମ୍ନାରେ ୧୭୬ ରନ୍‌ର ଲକ୍ଷ୍ୟ ରଖିଥିଲା। ଶ୍ରୀଲଙ୍କା ମାତ୍ର ୬ ଓ୍ଵିକେଟ ହରାଇ ମ୍ୟାଚ୍‌ ଉପରେ କବଜା କରିନେଇଥିଲା। ଆଉ ୫ଟି ବଲ୍‌ ବାକି ଥାଇ ଶ୍ରୀଲଙ୍କା ଜିତିନେଇଥିଲା ମ୍ୟାଚ।

ରହମୁନଲ୍ଲା ଗୁବରାଜଙ୍କ ବିସ୍ଫୋରକ ୮୪ ରନ ଏବଂ ଇବ୍ରାହିମ ଜଦ୍ରାନଙ୍କ ୪୦ ରନ ବଳରେ ଆଫଗାନିସ୍ତାନ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ସମସ୍ତ ବ୍ୟାଟସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ୧୯ .୧ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି।


ଦଳ ପକ୍ଷରୁ ଭାନୁକ ରାଜପକ୍ଷ ୧୪ ବଲରୁ ୩୧ ରନ ଏବଂ ଦାନୁଷ୍କା ଗୁଣତିଳକା ୨୦ ବଲରୁ ୩୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଉଭୟଙ୍କ ବ୍ୟତୀତ ପାଥୁମ ନିଶଙ୍କା ୩୫ ଏବଂ କୁଶଲ ମେଣ୍ଡିସ ୩୬ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପରାଜୟ ଭୋଗିଛି ଆଫଗାନିସ୍ତାନ।

ଏସିଆ କପ ୨୦୨୨ରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ପୂର୍ବ ମ୍ୟାଚରେ ଦୁଇଟି ଯାକ ଟିମ୍‌ ଖେଳିଥିଲେ। ଏହି ମ୍ୟାଚରେ ଆଫଗାନିସ୍ତାନ ଶ୍ରୀଲଙ୍କାକୁ ୮ ଓ୍ଵିକେଟରେ ହରାଇଥିଲା। ଶ୍ରୀଲଙ୍କା ଟିମ୍‌ ଆଗାମୀ ମ୍ୟାଚ୍‌ ୬ ସେପ୍ଟେମ୍ବରକୁ ଟିମ୍‌ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍‌ ଖେଳିବ। ସେହିପରି ଆଫଗାନିସ୍ତାନ ଟିମ୍‌ ୭ ସେପ୍ଟେମ୍ବରକୁ ପାକିସ୍ତାନ ସହିତ ମ୍ୟାଚ ଖେଳିବ।

Also Read : ବ୍ରାଏନ ଲାରାଙ୍କୁ ମିଳିଲା ସନରାଇଜର୍ସ ହାଇଦ୍ରାବାଦ ଟିମର ହେଡ୍‌ କୋଚ୍‌ ଦାୟିତ୍ୱ, ବିଦା ହେଲେ ଟମ୍‌ ମୁଡି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.