ଶ୍ରୀଲଙ୍କା ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦର୍ଶାଇଲା ଷ୍ଟାର ସ୍ପୋଟର୍ସ, ଭୁଲ୍‌ ପାଇଁ ପରେ ଡିଲିଟ୍‌ କଲା ଟ୍ଵିଟ୍‌

ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ କରିବା ପରେ ଟିମ୍‌ ଇଣ୍ଡିଆ ଏବେ ଶ୍ରୀଲଙ୍କା ସହିତ ସିରିଜ ଖେଳିବ। ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମର ଅଧିନାୟକ ଦାୟିତ୍ୱ ମିଳିବ । ବିସିସିଆଇ ଏପର୍ଯ୍ୟନ୍ତ ଅଫିସିଆଲ ଘୋଷଣା କରାଯାଇନାହିଁ । ଷ୍ଟାର ସ୍ପୋଟର୍ସ ନିଜ ପ୍ରୋମୋ ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସୁଟ୍‌ କରାଯାଇଛି। ଶେଷରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନାକାଙ୍କ ସହ ପୋଷ୍ଟରରେ ହାର୍ଦ୍ଦିକ ପାଣ୍ଡ୍ୟାକୁ ଦର୍ଶାଯାଇଛି। ଷ୍ଟାର ସ୍ପୋର୍ଟସ ଭୁଲ୍‌ ଜାଣିବା ପରେ ନିଜ ଟ୍ଵିଟର ଆକାଉଣ୍ଟରୁ ଡିଲିଟ୍‌ କରିଛି ।

ନ୍ୟୁଜିଲାଣ୍ଡ ଗସ୍ତରେ ହାର୍ଦ୍ଦିକ ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ ଏବଂ ବାଂଲାଦେଶ ଗସ୍ତରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ପରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସେ ଭାରତୀୟ ଦଳର ଅଧିନାୟକ ମଧ୍ୟ ହୋଇପାରିବେ ବୋଲି ଆଶା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଦଳ ତିନୋଟି ଦିନିକିଆ ଏବଂ ତିନୋଟି ଟି –୨୦ ମ୍ୟାଚ୍ ଖେଳିଛି। ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଏ, ତେବେ କେଏଲ ରାହୁଲଙ୍କୁ ବାଦ୍‌ ଦିଆଯାଇପାରେ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଚେତନ ଶର୍ମାଙ୍କ କମିଟି ଭାରତୀୟ ଦଳ ଚୟନ କରିବ। ବିରାଟ କୋହଲିଙ୍କ ପରି କିଛି ଖେଳାଳିଙ୍କୁ ଟି –୨୦ ଫର୍ମାଟରୁ ବିରତି ଦିଆଯାଇପାରେ।


ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଡେବ୍ୟୁ ସିନିଜରେ ଆଇପିଏଲ୍‌ ଟାଇଟଲ ଜିତିଥିଲା। ଆଇପିଏଲ୍‌ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମରେ ରହିଛନ୍ତି। ନିକଟରେ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେଇଥିଲେ। ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ଭାରତ ସିରିଜକୁ ୧-୦ରେ ଜିତିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.