ସ୍ପେନ: କ୍ରିସମାସରେ ନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍‌, ୬ ମୃତ

କ୍ରିସମାସ ଦିନ ଭୟଙ୍କର ଦୁର୍ଘଟଣା । ସ୍ପେନରେ ଏକ ଯାତ୍ରୀବାହୀ ବସ୍‌ ପୋଲରୁ ନଦୀକୁ ଖସିପଡିବା ପରେ ୬ ଜଣ ଲୋକଙ୍କ ପ୍ରାଣ ଚାଲିଯାଇଛି। ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଏବଂ ଅନ୍ୟ ଯାତ୍ରୀ ଆହତ ହୋଇଛନ୍ତି ।

ପୋଲ ଏବଂ ନଦୀ ମଧ୍ୟରେ ଗଭୀରତା ୧୦୦ ଫୁଟ ରହିଥିଲା। ବସ୍‌ଟି ଲେରେଜ ନଦୀରେ ଖସିପଡିଥିଲା । ଜଣେ ମୋଟରସାଇକେଲ ଯାଉଥିବା ଜଣେ ଯାତ୍ରୀ ପୋଲର ରେଲିଂ ଭାଙ୍ଗିଥିବା ଦେଖିବା ପରେ ଆପତ୍ତକାଳିନ ସେବାକୁ ସଂପର୍କ କରିଥିଲେ। ଯାହା ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ନଦୀ ଏବଂ ବସ୍‌ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ବସ୍‌ରେ ପାଖାପାଖି ୮ ଜଣ ଲୋକ ରହିଥିଲେ। ବଞ୍ଚିଥିବା ଦୁଇଜଣ ଲୋକଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି । ଖରାପ ପାଣିପାଗ ଯୋଗୁଁ ବସ୍‌ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଇଛି ।

ତେବେ ନିଶ୍ଚିତ ଭାବେ ଦୁର୍ଘଟଣା କ’ଣ ପାଇଁ ଘଟିଛି, ତାହା ଏପର୍ଯ୍ୟନ୍ତ ସଠିକ୍‌ ଭାବେ ଜଣାପଡିନାହିଁ । କିନ୍ତୁ ଖରାପ ପାଣିପାଗ ଯୋଗୁଁ ଉଦ୍ଧାରକାରୀ ଦଳକୁ ମଧ୍ୟ ଉଦ୍ଧାର ସମୟରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥିଲା।

ସ୍ଥାନୀୟ ଅଧିକାରୀ ଆଲଫୋନ୍ସୋ ରୁଏଡା ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଦୁର୍ଘଟଣାର କାରଣ ଆମେ ଏପର୍ଯ୍ୟନ୍ତ ଜାଣି ନାହୁଁ, କିନ୍ତୁ ଗତକାଲି ରାତିରେ ପାଗ ଅତ୍ୟନ୍ତ ଖରାପ ଥିଲା। ଉଦ୍ଧାର କାର୍ଯ୍ୟରେ ଜଡିତ ଥିବା ଲୋକଙ୍କୁ ଧନ୍ୟବାଦ ଜଣାଇ ସେ ଦୁର୍ଘଟଣା ସ୍ଥଳକୁ ଗସ୍ତ କରି ଫଟୋ ସେୟାର କରିଥିଲେ । ସେ ଟ୍ୱିଟରରେ ଲେଖିଛନ୍ତି, “ସେମାନେ ସମସ୍ତେ ସେଠାରେ କଠିନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପୀଡିତଙ୍କ ପରିବାର ପ୍ରତି ମୋର ସମବେଦନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.