ଇଂଲଣ୍ଡ-ଭାରତ ଟେଷ୍ଟ : ୪୧୬ ରନରେ ଅଲଆଉଟ ହେଲା ଟିମ୍‌ ଇଣ୍ଡିଆ, ଶତକ ମାରିଲେ ଜାଡେଜା

ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୪୧୬ ରନ୍‌ କରି ଅଲଆଉଟ ହୋଇଛି । ଗତକାଲି ରିଷଭ ପନ୍ତ ଦମଦାର ଶତକ ମାରିଥିବା ବେଳେ ଆଜିରବିନ୍ଦ୍ର ଜାଡେଜା ଶତକ ମାରିଛନ୍ତି। ଜାଡେଜା ୧୯୪ ବଲ୍‌ ଖେଳି ୧୦୪ ରନ୍‌ କରିଛନ୍ତି। ଯେଉଁଥିରେ ୧୩ ଟି ଚଉକା ସାମିଲ ରହିଛି। ଏହି ଶତକ ସହ ଦଳକୁ ପୁଣି ଥରେ ରୟାଲ୍‌ କମବ୍ୟାକ କରିଛନ୍ତି ଦଳର ବେଷ୍ଟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।

ଆଘାତ ଜନିତ ସମସ୍ୟା କାରଣରୁ ଆଇପିଏଲର ଶେଷ ଭାଗରୁ ବାଦ ପଡିଥିଲେ ଜାଡେଜା । ସୁସ୍ଥ ହେବା ପରେ ତାଙ୍କ ଫର୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଶତକ ସହ ସେମାନଙ୍କୁ ମିଳିଛି ଏକ ପାଲଟା ଉତ୍ତର । ଆହତ ପରେ ପ୍ରଥମ ମ୍ୟାଚରେ ହିଁ ଶତକ ହାସଲ କରି ସେ ଦଳକୁ ପୁଣି ଏକ ଜବରଦସ୍ତ କମବ୍ୟାକ କରିଛନ୍ତି ।

ଇଂଲଣ୍ଡ ବିପକ୍ଷରେ ମାତ୍ର ୯୮ ରନ ଭିତରେ ୫ଟି ୱିକେଟ ହରାଇ ଟିମ୍‌ ଇଣ୍ଡିଆ ସଂଘର୍ଷ କରୁଥିବା ବେଳେ ପନ୍ତ ଏବଂ ଜାଡେଜା ଦଳକୁ ମଜବୁତ ସ୍ଥିତି ଦେଇଥିଲେ । ୧୧୧ ବଲରୁ ପନ୍ତଙ୍କ୧୪୬ ରନ ଏବଂ ୧୯୪ ବଲରୁ ଜାଡେଜାଙ୍କ ୧୦୪ ରନ ବଳରେ ଟିମ ଇଣ୍ଡିଆର ସ୍କୋର ୪୦୦ ଅତିକ୍ରମ କରିଛି । ଭାରତୀୟ ଟିମ୍‌ ବର୍ମିଂହାମରେ ୪୦୦ରୁ ଅଧିକ ରନ୍‌ କେବେ କରିନଥିଲା। କିନ୍ତୁ ଏଥର ରେକର୍ଡ କରିଛି। ଜାଡେଜା ରିଷଭ ପନ୍ତଙ୍କ ସହିତ ୨୨୨ ରନର ପାର୍ଟନରସିପ୍‌ କରିଛନ୍ତି। ପ୍ରଥମରୁ ଯେପରି ଓ୍ଵିକେଟ ଯାଇଥିଲା, ସେମିତି ହୋଇଥିଲେ ଟିମ୍‌ ଇଣ୍ଡିଆ ୧୫୦ ରନରେ ଅଲଆଉଟ୍‌ ହୋଇଥାନ୍ତି। କିନ୍ତୁ ଜାଡେଜା ଏବଂ ପନ୍ତଙ୍କ ବ୍ୟାଟିଂ ଭାରତକୁ ଲଜ୍ଜାଜନକ ସ୍ଥିତିରୁ ବାହାର କରିଥିଲା।

scoreboard

ଯଶପ୍ରୀତ ବୁମରା ୧୬ ବଲରୁ ୩୧ ରନ କରି ଅପରାଜିତ ଅଛନ୍ତି। ସେହିପରି ମହମ୍ମଦ ସାମି ୧୬ ରନ୍‌ କରିଥିବା ବେଳେ ସିରାଜ ୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୬୦ ରନ ଦେଇ ୫ ଓ୍ଵିକେଟ୍ ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.