ଟେଷ୍ଟରେ ରୋହିତ ହେବେ ଅଧିନାୟକ ! ହେଲେ ଉପଅଧିନାୟକ ରେସରେ କିଏ ?

ଟେଷ୍ଟ ଟିମରେ ବିରାଟ କୋହଲିଙ୍କ ଅଧିନାୟକ ପଦ ଛାଡିବା ପରେ ବିସିସିଆଇକୁ ନୂଆଁ ନେତୃତ୍ୱର ଖୋଜ ରହିଛି । ତେଣୁ ଭାରତୀୟ ଟିମକୁ ବର୍ତ୍ତମାନ ନୂଆ ଟେଷ୍ଟ କ୍ୟାପଟେନସିପ ମିଳିବାର ରାସ୍ତା ଖୋଲା ରହିଛି । କାରଣ ବିରାଟ କୋହଲି ସାଉଥ ଆପ୍ରିକାରେ ଅସଫଳତା ପରେ ଟେଷ୍ଟ କ୍ୟାପଟେନସି ଛାଡିବା ପରେ ରୋହିତ ଶର୍ମା ଟେଷ୍ଟର ନୂଆ କ୍ୟାପଟେନ ହେବାରେ ସବୁଠୁ ଆଗ ଧାଡିରେ ଅଛନ୍ତି । ରୋହିତ ଶର୍ମା ଏବେ ଟି ଟେ୍ଵଣ୍ଟି ଓ ୱାନଡେ ଫର୍ମାଟରେ କ୍ୟାପଟେନ ଅଟନ୍ତି । ଏହା ସହ ଟେଷ୍ଟରେ ମଧ୍ୟ କ୍ୟାପଟେନସି ତାଙ୍କ ପାଇଁ ରାସ୍ତା ପକ୍କା କୁହାଯାଇପାରେ ।

ଏପଟେ ବିସିସିଆଇ ଅଧିକାରୀଙ୍କ କହିବା କଥା କି ବିନା କୌଣସି ଦ୍ୱନ୍ଦରେ ସେ ଟେଷ୍ଟରେ କ୍ୟାପଟେନ ହେବେ । ସାଉଥ ଆଫ୍ରିକା ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଉପଅଧିନାୟକ ବନା ଯାଇଥିଲା । ଆଉ ଏହି ସବୁ ଭିତରେ ଏବେ ତାଙ୍କର କ୍ୟାପଟେନ ବନିବାର ରାସ୍ତା ଆଗରେ ରହିଛି । ୱେଷ୍ଟଇଣ୍ଡିଜ ଇଣ୍ଡିଆ ଗସ୍ତ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଅଫିସିଆଲି ଘୋଷଣା କରିବ । ତେବେ କୁହାଯାଉଛି କି ବର୍ତ୍ତମାନ ରୋହିତଙ୍କ ଉପରେ ଅଧିକ ୱାର୍କଲୋଡ ହେବ । ତେଣୁ ତାଙ୍କୁ ନିଜକୁ ଫିଟ ରଖିବାକୁ ପଡିବ । ଏସବୁକୁ ନେଇ ସିଲେକ୍ଟର ରୋହିତଙ୍କ ସହ କଥାବାର୍ତ୍ତା ହେବେ ।

ଅନ୍ୟପଟେ ଏବେ ସିଲେକ୍ଟର୍ସଙ୍କ ପାଇଁ ବଡକଥା ହେଉଛି ଏଇଆ ଯେ ଉପଅଧିନାୟକ ହେବେ କିଏ । କାରଣ ସାଉଥ ଆଫ୍ରିକା ସିରିଜରେ ରୋହିତଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ କ୍ୟାପଟେନସି ସମ୍ଭାଳୁଥିବା ବେଳେ ଜସପ୍ରିତ ବୁମରାହ ଭାଇସ କ୍ୟାପଟେନ ମଙ୍ଗ ଧରିଥିଲେ । ତେବେ ଉପଅଧିନାୟକ ରେସକୁ ଯଦି ଦେଖାଯାଏ ତେବେ ସିଲେକ୍ଟରଙ୍କୁ ହୁଏତ ନିଷ୍ପତ୍ତି ନେବାରେ ଟିକେ ସମସ୍ୟା ହୋଇପାରେ । କହିରଖୁଛୁ ବର୍ତ୍ତମାନ କେ ଏଲ ରାହୁଲ, ଋଷଭ ପନ୍ଥ, ଜସପ୍ରିତ ବୁମରାହଙ୍କ ପରି ଖେଳାଳୀ ଉପଅଧିନାୟକ ରେସରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.