IPL 2021: ୟୁଏଇରେ ଖେଳାଯିବ ଆଇପିଏଲର ବଳକା ମ୍ୟାଚ, ଫାଇନାଲ ତାରିଖ ବି ପାଖାପାଖି ତୟ, ଜାଣନ୍ତୁ ସବୁକିଛି

କରୋନା ଯୋଗୁ ସ୍ଥଗିତ ରହିଥିବା ଆଇପିଏଲର ବଳକା ସମସ୍ତ ମ୍ୟାଚ ଏବେ ୟୁଏଇରେ ଖେଳାଯିବ। ଖବର ମୁତାବକ, ୧୦ ଅକ୍ଟୋବରରେ ଫାଇନାଲ ମ୍ୟାଚ ଖେଳାଯିବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ ସୂଚନା ଦେଇ କହିଛନ୍ତି, ‘ସ୍ଥଗିତ ରହିଥିବା ଆଇପିଏଲ ମ୍ୟାଚ ୟୁଏଇରେ ୧୮ କିମ୍ବା ୧୯ ସେପ୍ଟେମ୍ବରରେ ପୁଣିଥରେ ଆରମ୍ଭ ହେବ। ତିନି ସପ୍ତାହରେ ୧୦ ଡବଲ ହେଡର ଖେଳାଯିବାର ଆଶା ରହିଛି। ଫାଇନାଲ ମ୍ୟାଚ ୯ କିମ୍ବା ୧୦ ଅକ୍ଟୋବରରେ ଆୟୋଜନ କରାଯାଇ ପାରେ। ତିନି ସପ୍ତାହର ସମୟ ଏହି ସିଜନର ଶେଷ ୩୧ ମ୍ୟାଚକୁ ପୂରା କରିବା ପାଇଁ ପର୍ଯ୍ୟାପ୍ତ ହେବ’।

ସୂଚନାଥାଉ କି, ଆଇପିଏଲର ୧୪ଶ ସିଜନ ଏପ୍ରିଲ ୯ରେ ଆରମ୍ଭ ହୋଇଥିଲା। କିନ୍ତୁ ୨୯ ମ୍ୟାଚ ଖେଳାଯିବା ପରେ ଏକସାଥୀରେ କେତେଜଣ ଖେଳାଳି କରୋନା ପଜିଟିଭ ମିଳିଥିଲେ ଏବଂ ଆଇପିଏଲକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଚଳିତ ସିଜିନରେ ଏବେ ୩୧ ମ୍ୟାଚ ଖେଳାଯିବା ବାକି ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.