Below header

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ, ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ । ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏପଟେ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ କଙ୍ଗାରୁ ଦଳ । ମୋହାଲି ଓ ଇନ୍ଦୋରରେ ଜବରଦସ୍ତ ପ୍ରଦର୍ଶନ କରି ଆଗୁଆ ସିରିଜ କବଜା କରିଛି ଟିମ ଇଣ୍ଡିଆ ।

ନୂଆଦିଲ୍ଲୀ : ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ । ରାଜକୋଟରେ ହେବ ମହାଲଢେଇ । ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ଖେଳ ଆରମ୍ଭ ହେବ । ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏପଟେ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ କଙ୍ଗାରୁ ଦଳ । ମୋହାଲି ଓ ଇନ୍ଦୋରରେ ଜବରଦସ୍ତ ପ୍ରଦର୍ଶନ କରି ଆଗୁଆ ସିରିଜ କବଜା କରିଛି ଟିମ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଭାରତ ୨-୦ରେ ଜିତି ସାରିଛି । ଏବେ ସିରିଜ ପୋଛିନେବାକୁ ଭାରତ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।

ତେବେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ପୂର୍ବରୁ ବଡ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର୍ ଶୁବମନ ଗିଲ, ଦ୍ରୁତ ବୋଲର ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲ ପ୍ଲେଇଂ ଇଲେଭେନର ଅଂଶ ହେବେ ନାହିଁ । ସେହିପରି ପ୍ରଥମ ଦୁଇଟି ଦିନିକିଆରେ ବିଶ୍ରାମ ନେଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଦଳକୁ କମବ୍ୟାକ କରିଛନ୍ତି। ଚାଇନା ମ୍ୟାନ କୁଲଦୀପ ଯାଦବ ମଧ୍ୟ ଦଳକୁ ଫେରିଛନ୍ତି। ବିଶ୍ୱକପ ପୂର୍ବରୁ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇଥିବାରୁ ଏହାର ଗୁରୁତ୍ୱ ବେଶ ଅଧିକ।

କିନ୍ତୁ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଚିନ୍ତା ବଢ଼ାଇବା ଭଳି ତଥ୍ୟ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ୧୭ ଜଣ ଖେଳାଳିଙ୍କୁ ବିସିସିଆଇ ଚୟନ କରିଥିଲେ ହେଁ ଆଜି ମ୍ୟାଚ୍‌ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ହେବେ। ଏମାନଙ୍କ ମଧ୍ୟରୁ ୧୧ ଜଣ ଚୂଡ଼ାନ୍ତ ଇଲେଭେନରେ ସୁଯୋଗ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.