ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ, ଆଉ ଏକ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ । ଆଉ ଏକ ବିଜୟ ସହ ଶୃଙ୍ଖଳା ସହ ବିଜୟ ଲକ୍ଷ୍ୟରେ ଭାରତ । ଆଜି କୋଲକାତାରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚକୁ ଭାରତ ୬୭ ରନରେ ଜିତି ନେଇଥିଲା । ବିରାଟ କୋହଲିଙ୍କଠାରୁ ଆଉ ଏକ ଶତକ ଅପେକ୍ଷାରେ କ୍ରିକେଟପ୍ରେମୀ । ରୋହିତ ଶର୍ମା ଓ ଶୁବମନ ଗିଲ ଭଲ ଓପନିଂ ପାର୍ଟନରସିପ୍‌ କଲେ ବଡ଼ ସ୍କୋର ହୋଇପାରେ ।

ଶ୍ରେୟସ ଆୟର ଓ କେ ଏଲ ରାହୁଲ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଖେଳିବେ । ଓ୍ଵିକେଟ କିପର ଭାବେ କେ ଏଲ ରାହୁଲ ଖେଳିବା ସମ୍ଭାବନା ଅଧିକ ରହିଛି । ସେହିଭଳି ବୋଲିଂ ଭାର ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ୍‌ ମଲ୍ଲିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ । ଅନ୍ୟପକ୍ଷରେ ଶ୍ରୀଲଙ୍କା କ୍ୟାପଟେନ ଦାସୁନ ଶଣଙ୍କାଙ୍କ ପାଇଁ ବଡ଼ ଚାଲେଞ୍ଜ ରହିଛି । ଗତ ମ୍ୟାଚରେ ଏକାକୀ ଶତକ ହାସଲ କରିଥିଲେ ବି ଜିତି ପାରିନଥିଲେ । ଆଜିର ମ୍ୟାଚ୍‌ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି ଶ୍ରୀଲଙ୍କା ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.