କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର! ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଗଡ଼ିବ ୨ଟି ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ୍‌

ଅକ୍ଟୋବର ୧୪ ତାରିଖ ଶନିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦ ଯାଉଥିବା କ୍ରିକେଟ୍ ପ୍ରଶଂସକଙ୍କ ଲାଗି ପଶ୍ଚିମ ରେଲେଓ୍ଵ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।

କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେଉଣୁ ସବୁଠି କ୍ରିକେଟ୍‌ର କ୍ରେଜ୍‌ ଦେଖିବାକୁ ମିଳୁଛି। ଅକ୍ଟୋବର ୧୪ ତାରିଖ ଶନିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦ ଯାଉଥିବା କ୍ରିକେଟ୍ ପ୍ରଶଂସକଙ୍କ ଲାଗି ପଶ୍ଚିମ ରେଲେଓ୍ଵ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି, ଯାହାକି ଭାରତୀୟ ରେଳ ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି।

କହି ରଖୁଛୁ, ଅକ୍ଟୋବର ୧୪ରେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଭାରତ ଏବଂ ପାକିସ୍ତାନ ଦଳ ଅପରାହ୍ନ ୨ଟାରେ ପରସ୍ପରର ମୁହାଁମୁହିଁ ହେବେ। ଷ୍ଟାଡିୟମରେ ୧ ଲକ୍ଷ ୩୨ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ମ୍ୟାଚ୍ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ହିଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି। ଏହି ଦୁଇଟି ଟ୍ରେନ୍ କ୍ରିକେଟ୍ ମ୍ୟାଚ୍‌ର ଦିନକ ପୂର୍ବରୁ ଏବଂ ମ୍ୟାଚ୍ ଦିନ ସକାଳେ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ।

କ୍ରିକେଟ୍ ପ୍ରେମୀଙ୍କ ସୁବିଧା ନିମନ୍ତେ ରେଲେଓ୍ଵ ଅହମ୍ମଦାବାଦ ପାଇଁ ୨ଟି ସ୍ୱତନ୍ତ୍ର ବନ୍ଦେ ଭାରତ ଚଳାଇବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ପ୍ରଥମ ଟ୍ରେନ୍ ଅକ୍ଟୋବର ୧୩ ରାତି ୧୦ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ ଏବଂ ପରଦିନ ସକାଳ ୬ଟାରେ ଅହମ୍ମଦାବାଦରେ ପହଞ୍ଚିବ।

ଏହିପରି ଦ୍ୱିତୀୟ ଟ୍ରେନ୍ ଅକ୍ଟୋବର ୧୪ ତାରିଖ ସକାଳ ୫ଟାରେ ମୁମ୍ବାଇରୁ ବାହାରିବ ଏବଂ ମଧ୍ୟାହ୍ନ ୧୨ଟା ଅର୍ଥାତ୍ ମ୍ୟାଚ୍ ଆରମ୍ଭର ୨ ଘଣ୍ଟା ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିବ। ରେଳ ଅଧିକାରୀଙ୍କ ମୁତାବକ, ଉଭୟ ଟ୍ରେନ୍ ସମସ୍ତ ଆବଶ୍ୟକ ଷ୍ଟେସନରେ ଅଟକି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.