ନିଆରା ଦକ୍ଷତା: ନାହିଁ ଦୁଇଟି ହାତ, ଥୋଡିରେ ସ୍ନୁକର ଖେଳି ସାରା ଦୁନିଆକୁ ଦେଉଛନ୍ତି ଚ୍ୟାଲେଞ୍ଜ

ଯଦି ମଣିଷ ଭିତରେ କିଛି କରିବାର ଆବେଗ ଥିବ, ତା’ହେଲେ ତା’ ପାଇଁ କିଛି ବି ଅସମ୍ଭବ ନୁହେଁ। କଠିନରୁ ଅତି କଠିନ ପରିସ୍ଥିତି ମଧ୍ୟ ତାକୁ ତା’ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରିବ ନାହିଁ। ଏମିତି ମଣିଷମାନଙ୍କର କାହାଣୀ, ସମାଜରେ ଲୋକମାନଙ୍କୁ ସମସ୍ୟା ଭିତରେ ଲଢ଼ିବା ଏବଂ ପରାଜିତ ହୋଇ ବି ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ପ୍ରେରଣା ଦେଇଥାଏ। ଠିକ ଏହିଭଳି କାହାଣୀ ହେଉଛି ମହମ୍ମଦ ଇକ୍ରାମଙ୍କର, ଯାହାଙ୍କ ଦକ୍ଷତାକୁ ଦୁନିଆ ସାରା ଚର୍ଚ୍ଚା କରାଯାଉଛି।

oi

ମହମ୍ମଦ ପାକିସ୍ତାନର ଜଣେ ସ୍ନୁକର ଖେଳାଳି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ତାଙ୍କର ଦୁଇଟି ହାତ ନାହିଁ। ଏହାସତ୍ତ୍ୱେ ସେ ହାର ମାନିନାହାନ୍ତି ଏବଂ ନିଜ ଥୋଡି ସାହାଯ୍ୟରେ ସ୍ନୁକର ଖେଳିବା ଶିଖିଛନ୍ତି। ଏମିତିରେ ସେ ପ୍ରଥମ ଖେଳାଳି, ଯିଏ ନିଜ ଥୋଡି ସାହାରାରେ ଏହି ଗେମ ଖେଳୁଛନ୍ତି। କିଛିଦିନ ହେବ ଇକ୍ରାମଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

jk

ତାଙ୍କର ଏହି ଭିଡ଼ିଓକୁ ପଞ୍ଜାବର ଫୈସଲାବାଦ ନିକଟସ୍ଥ ସହରର ‘Black Pot Snooker’ କ୍ଲବରେ ସୁଟ କରାଯାଇଛି। ଇକ୍ରାମ ଏହି ଭିଡ଼ିଓରେ କହୁଛନ୍ତି, ‘ମୁଁ ମୋର ଏହି ଦକ୍ଷତା ବଳରେ ନିଜ ଦେଶର ନାଁ ଉଜ୍ଜ୍ୱଳ କରିବାକୁ ଚାହୁଁଛି। ଏହାସହିତ ମୁଁ ଅନ୍ୟମାନଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଉଛି କି, ସେମାନେ ବି ଆସି ମୋ ସହିତ ଏହି ଅନ୍ଦାଜରେ ସ୍ନୁକର ଖେଳନ୍ତୁ’।

video courtesy: youtube

ତେବେ ଦୈନନ୍ଦିନ ଜୀବନରେ ମଧ୍ୟ ଇକ୍ରାମଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି। ତାଙ୍କ ପାଇଁ ନିଜେ ଗାଧୋଇବା ଏବଂ ଖାଇବା କଷ୍ଟକର ହୋଇପଡ଼ୁଛି। ତାଙ୍କର ସବୁ କାମରେ ତାଙ୍କ ବାପା ସାହାଯ୍ୟ କରିଥାନ୍ତି। ତେବେ ତାଙ୍କୁ ଖୁସି ଲାଗେ ଯେ ଥୋଡିରେ ସ୍ନୁକର ଖେଳୁଥିବା ତାଙ୍କର ଏହି କଳାକୁ ଲୋକେ ପ୍ରଶଂସା କରନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି କୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.