ଭାରତ ପାଇଁ ଗୌରବ ଆଣିଲେ ଚୈତନ୍ୟା, ଗୋଟିଏ ଦିନ ପାଇଁ ସମ୍ଭାଳିଲେ ବ୍ରିଟିଶ ହାଇକମିଶନ ଆସନ

ଗୋଟିଏ ଦିନ ପାଇଁ ବ୍ରିଟେନ୍‌ର ଉଚ୍ଚାୟୁକ୍ତ ହେଲେ ଭାରତୀୟ ମହିଳା। ଦିଲ୍ଲୀର ଝିଅ ଚୈତନ୍ୟା ଭେଙ୍କେଟେଶ୍ୱରନ୍‌ଙ୍କୁ ଭାରତରେ ବ୍ରିଟେନ୍‌ର ବରିଷ୍ଠ ରାଜନୀତିଜ୍ଞ ବନିବା ମଉକା ମିଳିଛି। ବୁଧବାର ଦିନ ତାଙ୍କୁ ଏହି ସୁଯୋଗ ମିଳିଛି। ସାରା ଦୁନିଆରେ ମହିଳାମାନେ ସାମ୍ନା କରୁଥିବା ଚ୍ୟାଲେଞ୍ଜକୁ ଦେଖାଇବା ଓ ମହିଳା ସଶକ୍ତିକରଣ ପାଇଁ ମିଶନ୍‌ ଯୋଗୁ ଚୈତନ୍ୟାଙ୍କୁ ଏହି ସୁଯୋଗ ମିଳିଛି।

୨୦୧୭ ମସିହାଠାରୁ ବ୍ରିଟେନ୍‌ର ଉଚ୍ଚାୟୋଗ ପ୍ରତିବର୍ଷ ‘ଗୋଟିଏ ଦିନ ପାଇଁ ଉଚ୍ଚାୟୁକ୍ତ’ ପ୍ରତିଯୋଗିତାର ଆୟୋଜନ କରିଥାନ୍ତି। ଏଥିରେ ୧୮ରୁ ୨୩ ବର୍ଷର ଯୁବତୀଙ୍କୁ ଅଂଶଗ୍ରହଣ କରିବା ସୁଯୋଗ ମିଳେ। ବ୍ରିଟେନ୍‌ର ଉଚ୍ଚାୟୋଗ ଏକ ବୟାନରେ କହିଛନ୍ତି ୧୧ ଅକ୍ଟୋବରରେ ଅନ୍ତର୍ଜାତୀୟ ବାଳିକା ଦିବସରେ ବ୍ରିଟେନ୍‌ର ମିଶନ୍‌ ଦ୍ୱାରା ଆୟୋଜିତ ବାର୍ଷିକ ପ୍ରତିଯୋଗିତାରେ ଚୈତନ୍ୟା ଚତୁର୍ଥ ଯୁବତୀ ଭାବେ ଏହି ସମ୍ମାନ ପାଇଛନ୍ତି।

chaitanya

ଉଚ୍ଚାୟୁକ୍ତ ଭାବେ ଚୈତନ୍ୟା ବିଭାଗ ମୁଖ୍ୟଙ୍କୁ ତାଙ୍କ କାମ ଦେଇଥିଲେ, ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ, ମିଡିଆ ସହ କଥା ହୋଇଥିଲେ ଓ ଭାରତୀୟ ମହିଳା ପ୍ରତିଯୋଗୀଙ୍କ ଉପରେ ବ୍ରିଟିଶ୍‌ କାଉନ୍‌ସିଲ ଷ୍ଟେମ୍‌ ଛାତ୍ରବୃତ୍ତିର ପ୍ରଭାବ ବିଷୟରେ ଅଧ୍ୟୟନ ଆରମ୍ଭ କରିଥିଲେ। ସେ ପିଲାବେଳୁ ବ୍ରିଟିଶ୍‌ କାଉନ୍‌ସିଲ ପୁସ୍ତକାଳୟ ଯାଉଥିଲେ ଓ ସବୁ କଥା ଜାଣିବାକୁ ଚାହୁଁଥିଲେ ବୋଲି ଏ ଅବସରରେ ଚୈତନ୍ୟା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.