ମଝି ସମୁଦ୍ରରେ ରୋମାଣ୍ଟିକ ହେଲେ ବିରାଟ-ଅନୁଷ୍କା, ଫଟୋ ଉଠାଇ ନେଲେ ସାଥୀ ଖେଳାଳି, ଆଉ ତା’ ପରେ…

ବର୍ତ୍ତମାନ ୟୁଏଇରେ ଆଇପିଏଲ ମ୍ୟାଚ ଖେଳାଯାଉଛି। ଏଥିରେ RCB ବଢ଼ିଆ ପ୍ରଦର୍ଶନ କରୁଛି। ଏହାରି ଭିତରେ କ୍ୟାପଟେନ ବିରାଟ କୋହଲି ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଦେଖିବାକୁ ମିଳୁଛନ୍ତି। ଏହି ଫଟୋରେ ବିରାଟ ଓ ଅନୁଷ୍କା Atlantis Palm ହୋଟେଲ ସାମ୍ନା ସମୁଦ୍ରରେ ନଜର ଆସୁଛନ୍ତି।

2

ସୂର୍ଯ୍ୟାସ୍ତ ସମୟରେ ଦୁଇଜଣ ଯାକ ଅଧା ପାଣି ଭିତରେ ରହି ଉଭୟ ଉଭୟଙ୍କ ପ୍ରେମରେ ଡୁବିଥିବା ଦେଖିବାକୁ ମିଳୁଛି। ତାଙ୍କ ପଛପଟେ ଏକ ସୁନ୍ଦର ବିଲ୍ଡିଂ ନଜର ଆସୁଛି। ବିରୁଷ୍କାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ତେବେ ଏହି ଫଟୋ ଦେଖି ଯେ କେହି ବି ଭାବୁଥିବ, ବିରୁଷ୍କାଙ୍କ ଏହି ଫଟୋର ଫଟୋଗ୍ରାଫର କିଏ, ତ କୋହଲି ଏହି ଫଟୋ ସେୟାର କରି ଫଟୋଗ୍ରାଫରଙ୍କର ପରିଚୟ କରାଇଛନ୍ତି।

3

ଦୁଇଜଣଙ୍କ ଏହି ଫଟୋକୁ ଏବି ଡିଭିଲିୟର୍ସ ଉଠାଇଛନ୍ତି। ବିରାଟ ଫଟୋ ସେୟାର କରି କ୍ୟାପସନ ଜରିଆରେ ଫଟୋର କ୍ରେଡିଟ ଏବି ଡିଭିଲିୟର୍ସଙ୍କୁ ଦେଇଛନ୍ତି। ଏହି ସୁନ୍ଦର ଫଟୋଟି ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସିଛି। କହି ରଖୁଛୁ, ବିରାଟ ଓ ଅନୁଷ୍କା ଖୁବଶୀଘ୍ର ବାପା, ମାଆ ହେବାକୁ ଯାଉଛନ୍ତି।

 

View this post on Instagram

 

❤️🌅 pic credit – @abdevilliers17 😃

A post shared by Virat Kohli (@virat.kohli) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.