ବିରାଟ କୋହଲିଙ୍କ ୫୦ ତମ ଶତକ, ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟର ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି
ରେକର୍ଡ କଲେ ବିରାଟ । ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ଦିନିକିଆରେ ୫୦ତମ ସେଞ୍ଚୁରୀ ମାରି ରେକର୍ଡ କଲେ କିଙ୍ଗ କୋହଲି ।
ବିରାଟ କୋହଲି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ରେକର୍ଡ କରିଛନ୍ତି । ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ନିଜ କ୍ୟାରିଅର ୫୦ ତମ ଶତକ ମାରିଛନ୍ତି । ଏହା ସହିତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି ହୋଇଛନ୍ତି । ସଚିନ ତେନ୍ଦୁଲକର ୪୯ତମ ଶତକ ମାରିଥିବା ବେଳେ ବିରାଟ କୋହଲି ୫୦ ତମ ଶତକ ମାରିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୧୦୬ ବଲରୁ ଦମଦାର ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ଅର୍ଜନ କରି ସଚିନଙ୍କ ୪୯ ଦିନିକିଆ ଶତକୀୟ ଇନିଂସ ରେକର୍ଡର ସମକକ୍ଷ ହୋଇଥିଲେ ବିରାଟ କୋହଲି । ଏହାପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଦିନିକିଆ କ୍ରିକେଟ ଇତିହାସରେ ହାସଲ କରିଛନ୍ତି ୫୦ତମ ଶତକ ।
କୌଣସି ବିଶ୍ୱକପରେ ବ୍ୟକ୍ତିଗତ ସର୍ବାଧିକ ରନ୍ କରିବାରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସେମି ଫାଇନାଲ ମ୍ୟାଚରେ ୭୯ ରନ୍ ସହିତ ଚଳିତ ବିଶ୍ୱକପରେ ୬୭୪ ରନ୍ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ।
ତେବେ ଭାରତ ଏପର୍ଯ୍ୟନ୍ତ ୪୩ ଓଭରରେ ୧ ଓ୍ଵିକେଟ ହରାଇ ୩୧୯ ରନ୍ କରିଛି । ବିରାଟ କୋହଲି ୧୧୫ ରନ୍ ଆଉଟ୍ ହୋଇଥିବା ବେଳେ ଏବଂ ଶ୍ରେୟସ ଆୟର ୭୭ ରନ୍ କରି ଅପରାଜିତ ଭାବେ ଖେଳୁଛନ୍ତି ।