Below header

ଜସପ୍ରୀତ ବୁମରାଙ୍କ ଆକ୍ସନକୁ ନକଲ କରି ସାଥି ଖେଳାଳିଙ୍କୁ ହସେଇ ହସେଇ ବେଦମ କଲେ କୋହଲି, ଦେଖନ୍ତୁ ଭିଡିଓ

ବିରାଟ କୋହଲିଙ୍କୁ ମଇଦାନରେ ଆକ୍ରାତ୍ମକ ଅନ୍ଦାଜରେ ପ୍ୟାନ୍ସ ବେଶ ପସନ୍ଦ କରନ୍ତି । ବିରାଟ ମଇଦାନରେ ଯେତିକି ସିରିଅସ ନଜର ଆସିଥାନ୍ତି, ମଇଦାନ ବାହାରେ ସେତିକି ମଜାଳିଆ ମଧ୍ୟ। ଅନେକ ଥର ବିରାଟ କୋହଲିଙ୍କର ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ, ଯେଉଁଥିରେ ସେ ସାଥି ଖେଳାଳିଙ୍କ ସହିତ ମସ୍ତି କରୁଥିବାର ନଜର ଆସିଥାନ୍ତି। ଏବେ ଠିକ୍‌ ଏମିତି ଏକ ଭିଡିଓ ଭାଇରଲ ହେଉଛି।

ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ସାଥି ଖେଳାଳିଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ଆଉ ଏଥିରେ ସେ ଜସପ୍ରୀତ ବୁମରାହଙ୍କ ଆକ୍ସନ ନକଲ କରୁଥିବା ନଜର ଆସିଛନ୍ତି। ଏହି ଆକ୍ସନ କ୍ୟାମେରାରେ କଏଦ ହୋଇଛି। ବିରାଟଙ୍କ ଏହି ଭିଡିଓକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି। ଭିଡିଓରେ କୋହଲି ମଇଦାନରେ ସାଥି ଖେଳାଳିଙ୍କ ସହିତ ଜସପ୍ରୀତ ବୁମରାହଙ୍କ ଷ୍ଟାଇଲକୁ କପି କରୁଥିବାର ନଜର ଆସିଥିଲେ। ଆଉ ତାଙ୍କର ଏହି ଆକ୍ସନ ଦେଖି ସାଥି ଖେଳାଳି ମାନେ ମଧ୍ୟ ବେଶ୍‌ ହସିଥିଲେ।

ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ଆସିଥିବା ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ମାତ୍ର ୨୫୨ ରନରେ ଅଲଆଉଟ ହୋଇଯାଇଥିଲା। ଋଷଭ ପନ୍ଥ ୩୯ ଓ ହନୁମା ବିହାରୀ ୩୧ ରନ୍‌ କରିଥିଲେ । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଦିନ ଶେଷ ସୁଦ୍ଧା ୬ ଓ୍ଵିକେଟରେ ୮୬ ରନ୍‌ ସଂଗ୍ରହ କରିଛି । ବୁମରାହ ତିନିଟି ଓ୍ଵିକେଟ ନେଇଥିବା ବେଳେ ମହମ୍ମଦ ସାମି ଦୁଇଟି ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.