ମ୍ୟାଚ ଜିତିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି ଖୁସି ମନାଇଲେ କୋହଲି, ଭିଡିଓ ଭାଇରଲ

ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ କୋହଲି ପତ୍ନୀ ଅନୁଷ୍କା, ପୁଅ ଅକାୟ ଏବଂ ଝିଅ ଭାମିକାଙ୍କ ସହ ଭିଡିଓ କଲରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଭିଡିଓ କଲରେ ବିରାଟ ପରିବାର ସହ କଥା ହେବା ସମୟରେ ଫ୍ଲାଇଂ କିସ୍ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ଆଇପିଏଲ୍‌ ୨୦୨୪ରେ ମ୍ୟାଚ ଜିତିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି ଖୁସି ହେଲେ ବିରାଟ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଖୁସି ବାଣ୍ଟିଛନ୍ତି ବିରାଟ । ଆଇପିଏଲ ମ୍ୟାଚରେ ପଞ୍ଜାବ-ବେଙ୍ଗଲୁରୁ ମ୍ୟାଚରେ ଦମଦାର ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି ପୂର୍ବ ଅଧିନାୟକ ବିରାଟ କୋହଲି । ଯାହାର ଭିଡିଓ ଭାଇରଲ ହେଉଛି । ଏହି ଭିଡିଓ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

ବିରାଟ ୪୯ ବଲରୁ ୭୭ ରନର ପାଳିରେ ୧୧ଟି ଚୌକା ସହ ୨ଟି ଛକା ହାସଲ କରିଥିଲେ । ମ୍ୟାଚ ଜିତିବା ପରେ କୋହଲି ପତ୍ନୀ ଅନୁଷ୍କା, ପୁଅ ଅକାୟ ଏବଂ ଝିଅ ଭାମିକାଙ୍କ ସହ ଭିଡିଓ କଲରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଭିଡିଓ କଲରେ ବିରାଟ ପରିବାର ସହ କଥା ହେବା ସମୟରେ ଫ୍ଲାଇଂ କିସ୍ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି । ପଞ୍ଜାବକୁ ହରାଇ ଆଇପିଏଲ-୨୦୨୪ ସିଜନର ପ୍ରଥମ ବିଜୟ ହାସଲ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଏହି ମ୍ୟାଚରେ କୋହଲିଙ୍କ ୭୭ ରନର ବିସ୍ଫୋରକ ଇନିଂସ ଯୋଗୁଁ ତାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ହୋଇଛନ୍ତି ।

ତେବେ ବିରାଟଙ୍କ ଏହି ଭିଡିଓକୁ ନେଇ ଅନେକ ଫ୍ୟାନ୍ସ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ବିରାଟଙ୍କ ଏହି କ୍ୟୁଟ ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ପସନ୍ଦ କରୁଥିବା ମଧ୍ୟ ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.