ହୋଲିରେ ଅଘଟଣ: ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ ; ୧୫ ଆହତ

ହୋଲିରେ ଅଘଟଣ । କୋରାପୁଟ ଜିଲ୍ଲା ଦଶମନ୍ତପୁର ମୁନ୍ଦାର ଗାଁ ନିକଟରେ କଲଭର୍ଟ ତଳକୁ ଖସିଲା ଅଟୋ । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

କୋରାପୁଟ (କେନ୍ୟୁଜ): ହୋଲିରେ ଅଘଟଣ । କୋରାପୁଟ ଜିଲ୍ଲା ଦଶମନ୍ତପୁର ମୁନ୍ଦାର ଗାଁ ନିକଟରେ କଲଭର୍ଟ ତଳକୁ ଖସିଲା ଅଟୋ । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୫ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମୃତକ ଓ ଆହତ ମାନଙ୍କ ଘର ପିଣ୍ଡାଦର ପଂଚାୟତ ବରଗଛ ଗ୍ରାମର । ଦୋଳ ପୂର୍ଣ୍ଣିମା ଉପଲକ୍ଷେ ହଲପଡା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଅଟୋ ଯୋଗେ ଗାଁ କୁ ଫେରୁଥୁବାବେଳେ ଘଟିଛି ଦୁର୍ଘଟଣା । ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.