ଜନ୍ମଦିନ ପୂର୍ବରୁ ରାମ ଚରଣଙ୍କୁ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ଦେଲେ ବଡ଼ ସରପ୍ରାଇଜ୍‌, ସାମ୍ନାକୁ ଆସିଲା ଫିଲ୍ମର ନାମ

ହୋଲି ମଉକାରେ ଏବଂ ରାମ ଚରଣଙ୍କ ଜନ୍ମଦିନ ପୂର୍ବରୁ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ରାମ ଚରଣଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି । ଯାହା ହେଉଛି ତାଙ୍କ ଅପ୍‌କମିଂ ଫିଲ୍ମ ‘RC17’ । ତେବେ ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆଜି ହୋଲିର ଶୁଭ ଅବସରରେ ରାମ ଚରଣ ତାଙ୍କ ଫ୍ୟାନ୍ସଙ୍କୁ ତାଙ୍କ ନୂଆ ଫିଲ୍ମ ବିଷୟରେ ଏକ ଅପଡେଟ୍ ଦେଇଛନ୍ତି ।

RRR ଅଭିନେତା ରାମ ଚରଣ ତାଙ୍କର ଅପ୍‌କମିଂ ଫିଲ୍ମ ପାଇଁ ବହୁତ ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ହୋଲି ମଉକାରେ ଏବଂ ରାମ ଚରଣଙ୍କ ଜନ୍ମଦିନ ପୂର୍ବରୁ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ରାମ ଚରଣଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି । ଯାହା ହେଉଛି ତାଙ୍କ ଅପ୍‌କମିଂ ଫିଲ୍ମ ‘RC17’ । ତେବେ ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆଜି ହୋଲିର ଶୁଭ ଅବସରରେ ରାମ ଚରଣ ତାଙ୍କ ଫ୍ୟାନ୍ସଙ୍କୁ ତାଙ୍କ ନୂଆ ଫିଲ୍ମ ବିଷୟରେ ଏକ ଅପଡେଟ୍ ଦେଇଛନ୍ତି । ଏପରି ଭାବେ ସୁକୁମାର ରାମ ଚରଣଙ୍କ ସହ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି । ଏହି ଖବର ରାମ ଚରଣଙ୍କ ଫ୍ୟାନ୍ସ ଶୁଣିବା ପରେ, ଫିଲ୍ମ ଦେଖିବାକୁ ନେଇ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଫିଲ୍ମ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ଏଥର ରାମ ଚରଣଙ୍କ ସହ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ର ବଡ ସଫଳତା ପରେ ବର୍ତ୍ତମାନ ରାମ ଚରଣ ସୁକୁମାରଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ରାମ ଚରଣ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର ଅପ୍‌କମିଂ ଫିଲ୍ମ ‘RC17’ ର ପୋଷ୍ଟର ସେୟାର କରିଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ରାମ ଚରଣ ଏବଂ ସୁକୁମାର କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିବାବେଳେ ରାମ ଚରଣ ଲେଖିଛନ୍ତି, ‘# RC17 ଟିମ୍‌ ପୁଣି ଏକାଠି କାମ କରିବାକୁ ଯାଉଛନ୍ତି’। ଅଭିନେତା ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି । ତେବେ ପ୍ରଥମ ଫଟୋରେ, ସେ ସୁକୁମାରଙ୍କ ସହ ନଜର ଆସିଛନ୍ତି, ଯେଉଁଥିରେ ଉଭୟ ହୋଲି ରଙ୍ଗରେ ଭିଜି ଯାଇଥିବାର ଦେଖିବାକୁ ମିଳିଛି । ସେହିପରି ଦ୍ୱିତୀୟ ଫଟୋରେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ସେୟାର କରାଯାଇଛି । ଏହାପୂର୍ବରୁ ରାମ ଚରଣ, ସୁକୁମାର ଏବଂ ଡିଏସପି ଫିଲ୍ମ ‘ରଙ୍ଗସ୍ତାଲମ୍’ରେ ଏକାଠି କାମ କରିଥିଲେ ।

ରାମ ଚରଣଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଫିଲ୍ମ ‘RC17’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ରାମ ଚରଣଙ୍କ ୧୭ ତମ ଚଳଚ୍ଚିତ୍ର ହେବ । ଏହା ବ୍ୟତୀତ ଖୁବ୍‌ ଶୀଘ୍ର ରାମ ଚରଣ ଓ ଜାନଭି କପୁର ଏବଂ ଶିବ ରାଜକୁମାରଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ରେ ଦେଖିବାକୁ ମିଳିବେ ।

 

View this post on Instagram

 

A post shared by Ram Charan (@alwaysramcharan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.