ଯୁବତୀଙ୍କୁ ଏକାକୀ ପାଇ ଅସଦାଚରଣ ତାପରେ ବ୍ଲାକମେଲିଂ, ବନ୍ଧା ହେଲେ ୨ ଯୁବକ

ଯୁବତୀଙ୍କୁ ଏକାକୀ ପାଇ ଅସଦାଚରଣ । ଖାଲି ଅସଦାଚରଣ ନୁହେଁ ବ୍ଲାକମେଲ ବି କଲେ । ଆଉ ତାପରେ ସିଧା ଗଲେ ମାମୁଁ ଘର । ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ଓ ବ୍ଲାକମେଲ କରି ବନ୍ଧା ହେଲେ ୨ ଯୁବକ । ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଦକ୍ଷିଣ ଦୌଲତପୁର ଗାଁରେ ଘଟିଛି ଏଭଳି ଏକ ନିନ୍ଦନୀୟ ଘଟଣା ।

ଭଦ୍ରକ(କେନ୍ୟୁଜ): ଯୁବତୀଙ୍କୁ ଏକାକୀ ପାଇ ଅସଦାଚରଣ । ଖାଲି ଅସଦାଚରଣ ନୁହେଁ ବ୍ଲାକମେଲ ବି କଲେ । ଆଉ ତାପରେ ସିଧା ଗଲେ ମାମୁଁ ଘର । ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ଓ ବ୍ଲାକମେଲ କରି ବନ୍ଧା ହେଲେ ୨ ଯୁବକ । ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଦକ୍ଷିଣ ଦୌଲତପୁର ଗାଁରେ ଘଟିଛି ଏଭଳି ଏକ ନିନ୍ଦନୀୟ ଘଟଣା ।

ଗାଁ ମୁଣ୍ଡରେ ଛିଡା ହୋଇଥିବା ଜନୈକା ଯୁବତୀଙ୍କୁ ପ୍ରଥମେ ୨ ଜଣ ଯୁବକ ମୋଟର ସାଇକେଲରେ ଆସି ଅସଦାଚରଣ କରିଥିଲେ । ପରେ ଆଉ ଦୁଇଜଣ ସାମିଲ ହୋଇଥିଲେ । ଏପରିକି ତାଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରି ଗାଳି ଗୁଲଜ କରିବା ସହିତ ମାରଧର କରି ଫେରାର ଯାଇଥିଲେ ।

ରାତିରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସଂପୃକ୍ତା ଯୁବତୀଙ୍କ ମୋବାଇଲକୁ ଅଶ୍ଳିଳ ମେସେଜ୍ ପଠେଇବା ସହିତ ଟଙ୍କା ପାଇବା ଆଳରେ ବ୍ଲାକମେଲ କରିଥିଲେ । ଯାହାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚାନ୍ଦବାଲି ଥାନାଧିନ ହେଙ୍ଗୁପତି ଗାଁର ମାନସ ମହାଳିକ, ଖଟୁଆସାହି ଗାଁର ଧାଧିଆ ଦାସ ଓ ଭଗିଆ ଦାସ ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନାଧିନ ଜାମଗୁଣ୍ଡା ଗାଁର ଅମିୟ ରଞ୍ଜନ ଦାସଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ପ୍ରାଥମିକ ପର୍ଯ୍ୟାୟରେ ମାନସ ମହାଳିକ ଓ ଧାଧିଆ ଦାସଙ୍କୁ ପୋଲିସ ଗତକାଲି ସନ୍ଧ୍ୟାରେ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍ ଥିବା ପୋଲିସ କହିଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.